ଆର ପାରିରେ ଓଡ଼ିଶାର ପୂର୍ବତନ ଫୁଟବଲ ଖେଳାଳି ବୀର ବାହାଦୂର ସିଂ.
Khabar Odisha:Former-football-player-of-Odisha-Bir-Bahadur-Singh-is-no-more
କଟକ,ଜୁଲାଇ ୫ ( ଖବର ଓଡ଼ିଶା):



ଓଡିଶାର କ୍ରୀଡା ଜଗତ ପାଇଁ ଏକ ଦୁଃଖ ଖବର. ଓଡିଶାର ପୂର୍ବତନ ଫୁଟବଲ ଖେଳାଳି ବୀର ବାହାଦୂର ସିଂ ଓରଫ ବଚନ ଙ୍କ ଆଜି ଦେହାନ୍ତ ଘଟିଛି. ବରଗଡ଼ର ବିକାଶ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏବଂ ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା. ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି. 



ସମ୍ବଲପୁରର ବାସିନ୍ଦା ଥିବା ଏହି ଫୁଟବଲ ଖେଳାଳି 1980 ମସିହା ସନ୍ତୋଷ ଟ୍ରଫିରେ ଓଡିଶା ତରଫରୁ ଖେଳିଥିଲେ. ଏହାସହ ଓଡିଶାର ବିଭିନ୍ନ କ୍ଳବ ପାଇଁ ମଧ୍ୟ ସେ ଫୁଟବଲ ଖେଳିଛନ୍ତି. ସେ ଝାରସୁଗୁଡାର ଏଲ. ଏନ କଲେଜର ପ୍ରିନସିପାଲ ଭାବେ ଚାକିରୀରୁ ଅବସର ନେଇଥିଲେ. ତାଙ୍କର ଏହି ଅକାଳ ବିୟୋଗରେ ଓଡିଶା ଫୁଟବଲ ଫ୍ରେଡେରେସନର କର୍ମକର୍ତ୍ତା ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି.

  • Tags:

Subscribe

National International State Sports Entertainment