ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ ଜଣାଇଲେ ପୂର୍ବତନ କ୍ରିକେଟର ମହମ୍ମଦ କୈଫ
Khabar Odisha:Former-cricketer-Mohammad-Kaif-has-expressed-support-for-the-construction-of-a-Ram-temple-in-Ayodhya
ନୂଆଦିଲ୍ଲୀ, ଅଗଷ୍ଟ ୦୬ (ଖବର ଓଡ଼ିଶା):

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଅଯୋଧ୍ୟା ଗସ୍ତରେ ଯାଇ ରାମ ମନ୍ଦିରର ‘ଭୁମି ପୂଜନ’ରେ ୪୦ କେଜି ରୂପା ଇଟା ରଖିଥିଲେ । ମହାମାରୀ ସମୟରେ ଦେଶର ନାଗରିକମାନେ ଟିଭି ମାଧ୍ୟମରେ ମୋଦିଙ୍କ ଏହି ଭୂମି ପୂଜା ଦେଖିଥିଲେ । । ଏହି କାର୍ଯ୍ୟକ୍ରମରେ ରାଜନୌତିକ ଏବଂ ଆଧ୍ୟାତ୍ମିକ ନେତାମାନେ ଯୋଗ ଦେଇଥିଲେ । ୨୦୧୯ ରେ ରାମ ମନ୍ଦିର ପାଇଁ ଉଭୟ ହିନ୍ଦୁ ଏବଂ ମୁସଲମାନ ଦାବି କରିଥିବା ୨.୭୭ ଏକର ଜାଗାକୁ ହସ୍ତାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିବା ପରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏକ ମସଜିଦ ପାଇଁ ଅଯୋଧ୍ୟାରେ ଅନ୍ୟ ଏକ ସ୍ଥାନରେ ମଧ୍ୟ ସୁପ୍ରିମକୋର୍ଟ ପାଂଚ ଏକରର ଜାଗା ଦେଇଛି । ଅଯୋଧ୍ୟାରେ ବହୁ ମୁସଲିମ ଚରିତ୍ର ଅଛନ୍ତି ଯେଉଁମାନେ ମଧ୍ୟ ରାମ ମନ୍ଦିର ପାଇଁ ସଂଗ୍ରାମ କରିଥିଲେ ।

ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୌଫ ନିଜ ଟ୍ୱିଟରେ ପ୍ରଭୁ ରାମଚନ୍ଦ୍ରଙ୍କୁ ପ୍ରଂଶସା କରିଛନ୍ତି । ତାଙ୍କ ମତରେ “ଗଙ୍ଗା-ଯମୁନା ସଂସ୍କୃତି ଥିବା ଆହ୍ଲାବାଦରେ ମୁଁ ରାମଲାଙ୍କୁ ଦୟା, ସହ-ଅସ୍ତିତ୍ୱ, ସମ୍ମାନ ଏବଂ ସମ୍ମାନର କାହାଣୀ ଦେଖିବାକୁ ଭଲ ପାଉଥିଲି । ପ୍ରଭୁ ରାମ ଯେଉଁଭଳି କାର୍ଯ୍ୟ ସବୁ କରିଛନ୍ତି ସେସବୁ ଆମ ମାନଙ୍କ ମଧ୍ୟରେ ପ୍ରତିଫଳିତ ହେବା ଉଚିତ । ଏହା ସହ ଘୃଣାର ଏଜେଣ୍ଟମାନଙ୍କୁ ପ୍ରେମ ଏବଂ ଏକତା ପଥରେ ଆସିବାକୁ ଦିଅନ୍ତୁ ନାହିଁ ବୋଲି କୌଫ ଟ୍ୱିଟ କରିଛନ୍ତି ।

“ମୁଁ ବିଶ୍ୱାସ କରେ ଯେ ଶ୍ରୀ ରାମଙ୍କ ନାମ ପରି ଅଯୋଧ୍ୟାରେ ନିର୍ମିତ ଏହି ମହାନ ରାମ ମନ୍ଦିର ଭାରତୀୟ ସଂସ୍କୃତିର ସମୃଦ୍ଧ ଏøତିହ୍ୟକୁ ପ୍ରତିଫଳିତ କରିବ । ମୋର ବିଶ୍ୱାସ ଏହା ଅନନ୍ତକାଳ ପର୍ଯ୍ୟନ୍ତ ସମଗ୍ର ମାନବିକତାକୁ ପ୍ରେରଣା ଦେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ଅବସରରେ କହିଛନ୍ତି ।

କେବଳ କୌଫ ନୁହଁନ୍ତି, ବିରେନ୍ଦର ସେହୱାଗ, ଗୌତମ ଗମ୍ଭୀର, ଅମିତ ମିଶ୍ର, ଆରପି ସିଂ ଏବଂ ହରଭଜନ ସିଂଙ୍କ ପରି ଅନ୍ୟ କ୍ରିକେଟରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଟ୍ୱିଟ୍ କରିଛନ୍ତି ।

  • Tags:

Subscribe

National International State Sports Entertainment