ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲିଠୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେଉଛି । ପ୍ରଥମ ଟି-୨୦ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରି ସାରିଛି । ଏହା ପରେ ଭାରତ କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ତା ଉପରେ ଏବେ ସଭିଙ୍କ ନଜର ରହିଛି ।
ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଯୁବ ଉଦୀୟମାନ ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ମୁସ୍କିଲ ଲାଗୁଛି । ଏପରିକି ହର୍ଷିତ ରାଣାଙ୍କୁ ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରିବା ପାଇଁ ଆହୁରି ସମୟ ଅପେକ୍ଷା କରିବାକୁ ପଡିପାରେ । ଏହା ସହିତ ୱାଶିଂଟନ ସୁନ୍ଦରଙ୍କୁ ମଧ୍ୟ ବେଞ୍ଚରେ ବସିବାକୁ ପଡିପାରେ ।
ଓପନର ଭାବେ ଇନିଂସ ଓପନ କରି ପାରନ୍ତି ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା । ଏହା ପରେ ତିନି ନମ୍ବରରେ ତିଳକ ବର୍ମା ଓ ଚାରି ନମ୍ବରରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଖେଳି ପାରନ୍ତି । ଏହା ପରେ ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ୍ ମ୍ୟାଚ୍ ଫିନିସର ଦାୟିତ୍ୱ ତୁଲାଇବେ ।
ପ୍ରଥମ ଟି-୨୦ ମୁକାବିଲାରେ ପିଚକୁ ଦୃଷ୍ଟିରେ ରଖି ତିନି ଜଣ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇପାରେ । ଏଥିରେ ଅକ୍ଷର ପଟେଲ୍, ରବି ବିଷ୍ଣୋଇ ଓ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଆକ୍ସନ ମୋଡରେ ଦେଖିବାକୁ ମିଳିପାରେ । ଦ୍ରୁତ ବୋଲିଂ ଭାର ମହମ୍ମଦ ଶାମି ଓ ଅର୍ଶଦୀପ ସିଂଙ୍କ ଉପରେ ରହିବ । ଆଉ ତୃତୀୟ ଦ୍ରୁତ ବୋଲର ଭାବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି ।
ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତର ସମ୍ଭାବିତ ଏକାଦଶ
ସଞ୍ଜୁ ସାମସନ(ୱିକେଟ୍ କିପର), ଅଭିଷେକ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ମହମ୍ମଦ ଶାମି ଓ ଅର୍ଶଦୀପ ସିଂ ।
ଇଂଲଣ୍ଡର ଚୂଡାନ୍ତ ଏକାଦଶ
ଫିଲ ସଲ୍ଟ, ବେନ ଡକେଟ୍, ଜୋସ ବଟଲର(ଅଧିନାୟକ ଓ ୱିକେଟ୍ କିପର), ଜ୍ୟାକବ ବିଥଲ, ହ୍ୟାରି ବ୍ରୁକ, ଲିୟାମ ଲିଭିଙ୍ଗଷ୍ଟୋନ, ଜେମି ଓଭରଟନ,ଜୋଫ୍ରା ଆର୍ଚର, ଆଦିଲ ରଶିଦ, ମାର୍କ ଉଡ ଓ ଗସ ଏଟକିନ୍ସନ ।