ପ୍ୟାରିସ: ଭାରତୀୟ ଖେଳାଳି ଚିରାଗ ସେଟ୍ଟୀ ଓ ସତ୍ବିକସାଇରାଜ ରେଡ୍ଡୀଙ୍କ ଦଳ ବ୍ୟାଡ୍ମିଣ୍ଟନରେ ଭାରତର ରଚିଛି। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ପୁରୁଷ ଡବଲ୍ସ ଇଭେଣ୍ଟରେ ଚିରାଗ-ସାତ୍ୱିକଙ୍କ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଚିରାଗ-ସାତ୍ୱିକଙ୍କ ଯୋଡ଼ିକୁ ଗ୍ରୁପ୍-ସିରେ ରଖାଯାଇଥିଲା, ଯେଉଁଥିରେ ଜର୍ମାନୀର ମାର୍କ ଲାମ୍ସଫାବ୍ ଏବଂ ମାର୍ଭିନ୍ ସିଡଲଙ୍କ ଦଳ ମଧ୍ୟ ସାମିଲ ଥିଲା। ଦୁର୍ଭାଗ୍ୟବଶତଃ ଲାମସ୍ଫୌବ ଆହତ ହୋଇଥିବାରୁ ଜର୍ମାନୀ ଦଳ ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିଛି।
ଭାରତ ପାଇଁ ଖୁସି ଖବର ଯେ, ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନର ନିୟମ ଭାରତ ପାଇଁ ଲାଭଦାୟକ ହୋଇଛି । ନିୟମ ଅନୁଯାୟୀ ମାର୍କ ଲାମସ୍ଫାବ୍ ଓ ମାର୍ଭିନ୍ ସିଡଲଙ୍କ ବିଦାୟ ପରେ ଗ୍ରୁପ୍ ପର୍ଯ୍ୟାୟରେ ସେମାନଙ୍କର ସମସ୍ତ ମ୍ୟାଚ୍ କିମ୍ବା ହେବାକୁ ଥିବା କୌଣସି ମ୍ୟାଚ୍କୁ ସ୍ୱୀକୃତି ଦିଆଯିବ ନାହିଁ। ଅର୍ଥାତ୍ ଏବେ ଗ୍ରୁପ୍-ସିରେ ମାତ୍ର ୩ଟି ଟିମ୍ ବାକି ରହିଛି। ଭାରତ ଓ ଇଣ୍ଡୋନେସିଆ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ଫ୍ରାନ୍ସର ଲୁକାସ୍ କର୍ଭି ଓ ରୋନାନ୍ ଲାବାର ଉଭୟ ମ୍ୟାଚ୍ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ତେଣୁ ଭାରତ ଓ ଇଣ୍ଡୋନେସିଆ କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଗ୍ରୁପ୍ ସି'ରେ ଭାରତ ଓ ଇଣ୍ଡୋନେସିଆ ମୁହାଁମୁହିଁ ହୋଇ ପ୍ରଥମ ସ୍ଥାନ ଅଧିକାର କରିବେ। ଚିରାଗ ସେଟ୍ଟୀ ଓ ସାତ୍ବିକସାଇରାଜ ରେଡ୍ଡୀ ପୁରୁଷ ଡବଲ୍ସରେ ବିଶ୍ୱର ପଞ୍ଚମ ସ୍ଥାନରେ ଥିବା ଦଳ ହୋଇଥିବା ବେଳେ ଜୁଲାଇ ୩୦ରେ ବିଶ୍ୱର ଚତୁର୍ଥ ସ୍ଥାନରେ ଥିବା ଫଜର ଆଲଫିଆନ୍ ଓ ମହମ୍ମଦ ରିଆନ୍ ଆଡ୍ରିଆଣ୍ଟୋଙ୍କୁ ଭେଟିବେ। ବିଶ୍ୱର ଶ୍ରେଷ୍ଠ ୫ଟି ଦଳ ମୁହାଁମୁହିଁ ହେବେ ଏବଂ ଏହି ମ୍ୟାଚ୍ର ବିଜେତା ଗ୍ରୁପ୍ ସି'ର ଶୀର୍ଷରେ କିଏ ରହିବ ତାହା ସ୍ଥିର କରିବ। ଗତ ତିନୋଟି ମୁକାବିଲାରେ ଚିରାଗ-ସାତ୍ୱିକ ପ୍ରତିଥର ଏହି ଇଣ୍ଡୋନେସିଆ ଯୋଡ଼ି ବିପକ୍ଷରେ ବିଜୟୀ ହୋଇଛନ୍ତି।