ଆଜି ପ୍ରୋ-ଲିଗ୍‌ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ପ୍ରଥମ ମ୍ୟାଚରେ ଭାରତ ବନାମ ଜର୍ମାନୀ
Khabar Odisha:Chief-Minister-will-inaugurate-the-Hockey-Pro-League-today
ଖବର ଓଡିଶା : 10/03/2023

ଆଜିଠୁ ଆରମ୍ଭ ହେଉଛି ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ । ମୁଖ୍ୟମନ୍ତ୍ରୀ ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦ୍‌ଘାଟନ କରିବାସହ ହକି ପ୍ରୋ-ଲିଗ୍‌ର ଶୁଭାରମ୍ଭ କରିବେ। ଭାରତ ଏବଂ ଜର୍ମାନୀ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ । ଆଜି ପୂର୍ବାହ୍ନରେ ସ୍ୱତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବାହାରି ରାଉରକେଲାରେ ପହଂଚିବେ । ଏହାପରେ ରାଉରକେଲାରେ ପ୍ରାୟ ୧୨୪ କୋଟି ବ୍ୟୟ ଅଟକଳରେ ନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମକୁ ଉଦ୍ଘାଟନ କରିବେ । ପରେ ସନ୍ଧ୍ୟା ୬ଟାରେ ବିର୍ସା ମୁଣ୍ଡା ଷ୍ଟାଡିୟମ ନିକଟରେ ନିର୍ମିତ ବିଶ୍ବକପ୍‌ ଗ୍ରାମକୁ ଫେରିଆସି ସେଠାରେ କିଛି ସମୟ ବିତାଇବେ। ଏହାପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚି ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ଭାରତ-ଜର୍ମାନୀ ଉଦ୍‌ଘାଟନୀ ମୁକାବିଲାର ଶୁଭାରମ୍ଭ କରିବେ।  ଏହି ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ ସମେତ ବିଶ୍ୱବିଜୟୀ ଜର୍ମାନୀ ଓ ବିଶ୍ୱ ରାଙ୍କିଂର ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ମୋଟ୍ ୬ଟି ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ ।

Subscribe

National International State Sports Entertainment