ବ୍ରିସବେନ, ଜାନୁଆରୀ ୧୬ (ଖବର ଓଡ଼ିଶା):
ବ୍ରିସବେନରେ ଚାଲିଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦୁଇ ୱିକେଟ ହରାଇ ଭାରତ କରିଛି ୬୨ ରନ । କାଲିର ସ୍କୋରରୁ ଖେଳ ଆରମ୍ଭ କରି ଅଷ୍ଟ୍ରେଲିଆ ୩୬୯ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମାର୍ନସ ଲାବୁସାନେ ସର୍ବାଧିକ ୧୦୮ ରନ ସ୍କୋର କରିଥିଲେ । ଭାରତ ପକ୍ଷରୁ ଟି.ନଟରାଜନ, ସାର୍ଦ୍ଦୁଲ ଠାକୁର ଏବଂ ୱାସିଙ୍ଗଟନ ସୁନ୍ଦର ତିନୋଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଏହା ପରେ ଭାରତ ତାର ଇଂନିସ ଆରମ୍ଭ କରି ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦୁଇ ୱିକେଟ ହରାଇ ୬୨ ରନ ସ୍କୋର କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କମିନ୍ସ ଏବଂ ନାଥନ ଲିଅନ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି । ବର୍ଷା ଯୋଗୁଁ ଚାହା ପାନ ବିରତ ପରେ ଖେଳ ହୋଇପାରି ନାହିଁ ।