କୋଲକାତା ନାଇଟ ରାଇଡ଼ର୍ସ ଫ୍ରାଞ୍ଚାଇଜକୁ କୃତଜ୍ଞତା ଜଣାଇଲେ ଭଜି
Khabar Odisha:Bhaji-thanked-the-Kolkata-Knight-Riders-franchise
ଚେନ୍ନାଇ, ଫେବୃଆରୀ ୧୯ (ଖବର ଓଡ଼ିଶା):

ପୂର୍ବତନ ଭାରତୀୟ ଅଫସ୍ପିନର ହରଭଜନ ସିଂ ଆଇପିଏଲ ୧୪ ନିମନ୍ତେ କୋଲକାତା ନାଇଟ ରାଇଡ଼ର୍ସ ଦଳ ତାଙ୍କୁ ଦଳରେ ସାମିଲ କରିବା ପରେ ଫ୍ରାଞ୍ଚାଇଜକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ମହାମାରୀ କରୋନା କାରଣରୁ ପୂର୍ବ ବର୍ଷ ଆଇପିଏଲରେ ଅଂଶଗ୍ରହଣ କରିନଥିଲେ ଭଜି । ଚେନ୍ନାଇ ସୁପର କିଙ୍ଗସ ଦଳ ତାଙ୍କୁ ରିଲିଜ କରିବା ପରେ ବେସ ପ୍ରାଇସ ୨ କୋଟିରେ ତାଙ୍କୁ କୋଲକାତା ନିଜ ଦଳରେ ସାମିଲ କରିଛି । ଭଜି ନିଜ ଟ୍ୱିଟରରେ ଦୁଇ ଥର ଆଇପିଏଲ ବିଜେତା କୋଲକାତା ଦଳକୁ କୃତଜ୍ଞତା ଦେଇଛନ୍ତି । ଏହା ସହ ଆଗାମୀ ବର୍ଷ ଏକ ନୂଆ ଫ୍ରାଞ୍ଚାଇଜ ପାଇଁ ସେ ଖେଳିବାକୁ ଉତ୍ସାହିତ ଥିବା କଥା କହିଛନ୍ତି. ଭଜିଙ୍କ ସହ ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ ଆଦି ଅଫ ସ୍ପିନର କୋଲକାତା ଦଳରେ ରହିଛନ୍ତି । ଭଜିଙ୍କ ନିକଟରେ ୧୦୦ ରୁ ଉର୍ଦ୍ଧ ଆଇପିଏଲ ମ୍ୟାଚ ଖେଳିବାର ଅଭିଜ୍ଞତା ରହିଛି ।

  • Tags:

Subscribe

National International State Sports Entertainment