ଜୁନିଅର ହକି ବିଶ୍ୱକପ୍‌: ବିଜୟ ଅଭିଯାନ ଆରମ୍ଭ କଲା ବେଲଜିୟମ୍‌
Khabar Odisha:Belgium-Won-match-against-south-Africa-in-Jr-Hockey-World-Cup

ଭୁବନେଶ୍ୱର, ନଭେମ୍ବର ୨୪ (ଖବର ଓଡ଼ିଶା): କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଜୁନିଅର ହକି ବିଶ୍ୱ କପ୍‌ରେ ଆଜି ପ୍ରଥମ ମ୍ୟାଚ ରହିଥିବା ବେଳେ ମଇଦାନ୍ ରେ ମୁହାଁ ମୁହିଁ ହୋଇଥିଲେ ଦକ୍ଷିଣ ଆଫ୍ରିକା ଓ ବେଲଜିୟମ୍ ।

ତେବେ ଆଜି ପ୍ରଥମ ମ୍ୟାଚରୁ ହିଁ ବିଜୟ ଯାତ୍ରା ଆରମ୍ଭ କରିଛି ଶକ୍ତିଶାଳୀ ବେଲଜିୟମ୍ । ଦକ୍ଷିଣ ଆଫ୍ରିକାକୁ ଏକ ବଡ଼ ବ୍ୟବଧାନ ୫-୧ରେ ହରାଇ ଆଜି ବିଜୟ ହୋଇଛି ବେଲଜିୟମ୍ ।

ଗତ ସଂସ୍କରଣର ରନର୍ସଅପ ବେଲଜିୟମ ଆରମ୍ଭରୁ ଆଟାକିଙ୍ଗ ଖେଳ ଜାରି ରଖିଥିଲା । ବେଲଜିୟମ ପକ୍ଷରୁ ମ୍ୟାଚର ୭ ମିନିଟରେ ଡି ରୋମାନ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ ।

ଏହାପରେ ବାରମ୍ବାର ଦକ୍ଷିଣ ଆଫ୍ରିକା ଗୋଲ୍ ପୋଷ୍ଟରେ ଆକ୍ରମଣ କରିଥିଲେ ବେଲଜିୟମର ଖେଳାଳି । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ ସମ୍ମାନ ସୂଚକ ଗୋଲ ସ୍କୋର କରିଥିଲେ ।

ବେଲଜିୟମ ପକ୍ଷରୁ ୨ଟି ପେନାଲ୍ଟି କର୍ଣ୍ଣର ଓ ୩ଟି ଫିଲ୍ଡ ଗୋଲ୍ ଦିଆଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଗୋଟିଏ ପେନାଲ୍ଟି କର୍ଣ୍ଣର ଦିଆଯାଇଥିଲା ।

  • Tags:

Subscribe

National International State Sports Entertainment