ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତ୍ତି । ଏସିଆ କପ ସୁପର ୪ରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଓ ପାକିସ୍ତାନ। ଆଉ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ବାବର ଆଜମ୍ । ଫଳରେ କ୍ରିକେଟ୍ ପ୍ରେମୀମାନେ ପ୍ରଥମେ ଭାରତର ବ୍ୟାଟିଂ ଦେଖିବାକୁ ପାଇବେ ।
ଆଜି ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହେଇଛି । ଦୀର୍ଘ ଦିନ ପରେ ଦଳରେ ସ୍ଥାନ ପାଇଛନ୍ତି କେ ଏଲ ରାହୁଲ । ଶ୍ରେୟାସ ଆୟର ଆହତ ହେଇଥିବାରୁ ତାଙ୍କ ସ୍ଥାନରେ ରାହୁଲ ଦଳକୁ ଫେରିଛନ୍ତି । ସେହିପରି ଦ୍ରୁତ ବୋଲର ଜଶପ୍ରୀତ ବୁମରା ମଧ୍ୟ ଦଳକୁ ଫେରିଛନ୍ତି । ଅନ୍ୟପଟେ ପାକିସ୍ତାନ ଟିମରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦଳ ନିଜର ପୁରୁଣା ଏକାଦଶ ସହ ପଡିଆକୁ ଓହ୍ଲାଇଛି । ଶ୍ରୀଲଙ୍କାର ଆର ପ୍ରେମଦାସ ଷ୍ଟାଡିୟମର ପିଚ୍ରେ ସାମାନ୍ୟ ମୟଶ୍ଚର ଥିବାରୁ ବାବର ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି । ଗ୍ରୁପ ପର୍ଯ୍ୟାୟରେ ଦୁଇ ଦଳ ପୂର୍ବରୁ ଲଢ଼େଇ କରିଥିଲେ ହେଁ ବର୍ଷା ଏଥିରେ ବାଧକ ସାଜିଥିବରୁ ମ୍ୟାଚ ବାତିଲ ହୋଇଥିଲା ।