ଶେଷ ହୋଇଛି ବିଶ୍ଵକପର ପ୍ରଥମ ମ୍ୟାଚ୍। ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ୍ ଜିତିଛି ଆର୍ଜେଣ୍ଟିନା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ରେ ଜିତିଛି।
କଳିଙ୍ଗ ଷ୍ଟାଡିୟରେ ଖେଳାଯାଇଥିବା ବିଶ୍ୱକପ ହକିର ପ୍ରଥମ ମ୍ୟାଚ୍ ବେଶ ସଂଘର୍ଷ ପୂର୍ଣ୍ଣ ଥିଲା। ଉଭୟ ଦଳ ମଧ୍ୟରେ କଡା ଟକର ହେଇଥିଲେ ବି ତୃତୀୟ ହାଫରେ ଆର୍ଜେଣ୍ଟିନା ଦଳ ସାଉଥ୍ ଆଫ୍ରିକାକୁ ଗୋଟିଏ ଗୋଲ ଦେଇଥିଲା। ୪ର୍ଥ କ୍ୱାର୍ଟରରେ ମଧ୍ୟ ଆର୍ଜେଣ୍ଟିନାର ଦବଦବା ଦେଖିବାକୁ ମିଳିଥିଲା। କିନ୍ତୁ ଦଳ ଗୋଲ କରିପାରି ନଥିଲା। ଶେଷ ଭାଗରେ ଦକ୍ଷିଣ ଆଫ୍ରିକାକୁ ପେନାଣ୍ଟି କର୍ଣ୍ଣର ମିଳିଥିଲେ ବି ଦଳ ମଧ୍ୟ ସ୍କୋର କରିପାରି ନଥିଲା। ଶେଷରେ ଆର୍ଜେଣ୍ଟିନା କସେଲ୍ଲାଙ୍କ ଗୋଲ ବଳରେ ପାଇଥିବା ଅଗ୍ରଣୀ ଆଧାରରେ ମ୍ୟାଚ୍ ଜିତିଥିଲା। ପରବର୍ତ୍ତୀ ମ୍ୟାଚ କଳିଙ୍ଗ ଷ୍ଟାଡିଅମରେ ଦିନ ୩ଟାରେ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହେବ।