ମଣ୍ଟି ପାନେସର ପରେ ଇଂଲଣ୍ଡ ଦଳରେ ସାମିଲ ହେଲେ ଆଉ ଜଣେ ଶିଖ ଖେଳାଳି
Khabar Odisha:Another-Sikh-player-joined-the-England-team-after-Monti-Panesar
ଲଣ୍ଡନ, ଜୁନ ୨୭ (ଖବର ଓଡ଼ିଶା):

ମଣ୍ଟି ପାନେସରଙ୍କ ପରେ ଇଂଲଣ୍ଡ ଦଳରେ ଖେଳିବାକୁ ରେଡ୍ଡି ହେଲେଣି ଆଉ ଜଣେ ଶିଖ ଖେଳାଳି । ଏହି ଖେଳାଳି ଜଣକ ହେଉଛନ୍ତି ଅମର ଭିରଦି ।ସରେ ପକ୍ଷରୁ କାଉଣ୍ଟି କ୍ରିକେଟ ଖେଳୁଥିବା ଏହି 21 ବର୍ଷୀୟ ଅଫ ସ୍ପିନର ଆଗାମୀ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ସିରିଜ ପାଇଁ 30 ଜଣିଆ ଇଂଲଣ୍ଡ ଦଳରେ ସାମିଲ ହୋଇଛନ୍ତି । 

ପାନେସର ପରି ଅମର ବି ଜଣେ ଶିଖ ସମ୍ପ୍ରଦାୟର । ଏହା ସହ ପାନେସର ଏବଂ ଗ୍ରେମ ସ୍ୱାନଙ୍କୁ ଦେଖି ବହୁତ କିଛି ଶିଖିଥିବାର କଥା କହିଛନ୍ତି ଏହି 21 ବର୍ଷୀୟ ସ୍ପିନର । ନିଜର କୋଚ ପାକିସ୍ତାନୀ ସ୍ପିନର ସକଲେନ ମୁସ୍ତାକଙ୍କ ଠାରୁ ଦୁସରା ଏବଂ ଅନ୍ୟ ବୋଲିଙ୍ଗ ଟେକନିକ ଶିଖିଥିବା କଥା ମଧ୍ୟ ଅମର କହିଛନ୍ତି । 

2017 ରୁ କାଉଣ୍ଟି କ୍ରିକେଟ ଖେଳିବା ଆରମ୍ଭ କରିଥିବା ଅମର ଭିରଦି ବର୍ତ୍ତମାନ ସୁଦ୍ଧା 23 ଟି ମ୍ୟାଚରୁ 69 ଟି ୱିକେଟ ଅକ୍ତିଆର କରିସାରିଛନ୍ତି ।

  • Tags:

Subscribe

National International State Sports Entertainment