ସଫଳତାର ସହ ଆଇପିଏଲ ଆୟୋଜନ ପରେ ସମସ୍ତ ଖେଳାଳିଙ୍କୁ ଧନ୍ୟବାଦ ଦେଲେ ସୌରଭ ଗାଙ୍ଗୁଲି
Khabar Odisha:After-successfully-hosting-the-IPL-Sourav-Ganguly-thanked-all-the-players
ନୂଆଦିଲ୍ଲୀ, ନଭେମ୍ବର ୧୧ (ଖବର ଓଡ଼ିଶା):

ସଫଳତାର ସହ ଆଇପିଏଲ ୨୦୨୦ ଆୟୋଜନ ହୋଇସାରିବା ପରେ ଏଥିରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ କୃତଜ୍ଞତା ଜଣାଇଛନ୍ତି ଭାରତୀୟ କ୍ରିକେଟ ବୋର୍ଡ଼ର ମୁଖ୍ୟ ସୌରଭ ଗାଙ୍ଗୁଲି. ଗାଙ୍ଗୁଲି ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ବାୟୋ ସିକ୍ୟୁଅର ବବଲ ମଧ୍ୟରେ ରହି ସମସ୍ତ ଖେଳାଳି ସଫଳତାର ସହ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ. ଚଳିତ ବର୍ଷ ଆଇପିଏଲ ମହାମାରୀ କରୋନା ନିମନ୍ତେ ଆୟୋଜନ ହୋଇ ପାରିବ କି ନାହିଁ ତାହା ଆଶଙ୍କାରେ ଥିଲା. ମାତ୍ର ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ବାତିଲ ହେବା ପରେ ଭାରତ ପରିବର୍ତ୍ତେ ୟୁଏଇରେ ଏହା ଆୟୋଜିତ ହୋଇଥିଲା. ଏହି ବର୍ଷ ଆଇପିଏଲ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲସକୁ ୫ ୱିକେଟରେ ହରାଇ ପଞ୍ଚମ ଥର ପାଇଁ ଆଇପିଏଲ ଚମ୍ପିୟାନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ.

  • Tags:

Subscribe

National International State Sports Entertainment