ଦୀର୍ଘ ତିନିମାସର ବିରତି ପରେ ଅଭ୍ୟାସ ପାଇଁ ପଡିଆକୁ ଓହ୍ଲାଇଲେ କୃନାଲ ପାଣ୍ଡ୍ୟା
Khabar Odisha:After-a-long-three-month-hiatus-Krunal-Pandey-came-down-to-the-field-for-practice
ବିଦର୍ଭ, ଜୁଲାଇ ୦୧ (ଖବର ଓଡ଼ିଶା):

ମହାମାରୀ କରୋନା ପାଇଁ ଦୀର୍ଘ ତିନି ମାସର ବିରତି ପରେ ଧୀରେ ଧୀରେ କ୍ରିକେଟର ମାନେ ପଡିଆକୁ ଓହ୍ଲାଉଛନ୍ତି । ବର୍ତ୍ତମାନ ପଡିଆକୁ ଅଭ୍ୟାସ ପାଇଁ ଓହ୍ଲାଇଛନ୍ତି କୄନାଲ ପାଣ୍ଡ୍ୟା । 

ବରୋଦା ପକ୍ଷରୁ ରଣଜୀ ଖେଳୁଥିବା ଏହି କ୍ରିକେଟର ନିଜର ଟ୍ରେନିଙ୍ଗ ଫୋଟୋ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ବହୁତ ଦିନ ପରେ ପଡିଆକୁ ଫେରି ସେ ଖୁସିଥିବା କଥା ମଧ୍ୟ କହିଛନ୍ତି । 

ତେବେ ଭାରତ ନିଜର ଅନ୍ତର୍ଜାତୀୟ ମ୍ୟାଚ କେବେ ଖେଳିବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତି ନିଆଯାଇନାହିଁ । ପୂର୍ବରୁ ଭାରତର ଫାଷ୍ଟ ବୋଲର ସ୍ରାଦୁଲ ଠାକୁର, ଚେତେଶ୍ୱର ପୂଜାରା, ରୋହିତ ଶର୍ମା ମଧ୍ୟ ଅଭ୍ୟାସ ନିମନ୍ତେ ପଡିଆକୁ ଓହ୍ଲାଇ ସାରିଛନ୍ତି ।

  • Tags:

Subscribe

National International State Sports Entertainment