ଭାରତ ଓ ପାକିସ୍ତାନ ମଧ୍ୟରେ ହେବ କ୍ରିକେଟ୍ ମ୍ୟଚ୍‌।
Khabar Odisha:A-CRICKET-MATCH-BETWEEN-INDIA-AND-PAKISTAN-IN-APRIL-4

 ନୂଆଦିଲ୍ଲୀ, ଏପ୍ରିଲ୧(ଖବର ଓଡିଶା); ଭାରତ ଓ ପାକିସ୍ତାନ ମଧ୍ୟରେ ହେବ କ୍ରିକେଟ୍ ମ୍ୟଚ୍‌। ଏପ୍ରିଲ୍ ୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍। ଭାରତ ଓ ପାକିସ୍ତାନ ବ୍ୟତିତ ତୃତୀୟ ଦଳ ଭାବେ ବାଂଲାଦେଶ ମଧ୍ୟ ଖେଳିବ। ଏହି ତିନି ଦଳକୁ ନେଇ ଏକ ଦୃଷ୍ଟିହୀନ ଟ୍ରାଇ-ସିରିଜ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟଟି ବାଂଲାଦେଶରେ ଆୟୋଜିତ ହେବ। ଏହା ଦୃଷ୍ଟିହୀନ କ୍ରିକେଟ୍ ହେଲେ ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ମ୍ୟାଚର ରୋମାଞ୍ଚ ଭରପୂର ରହିଥାଏ।


ଏହି ଟ୍ରାଇ-ସିରିଜ୍ ଏପ୍ରିଲ୍ ୨ରୁ ୮ ତାରିଖ ପର‌୍ୟ୍ୟନ୍ତ ଚାଲିବ। ସିରିଜର ସବୁ ଯାକ ମ୍ୟାଚ୍ ଢାକାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାରତ ଦୁଇଥର ପାକିସ୍ତାନକୁ ଭେଟିବ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଏପ୍ରିଲ୍ ୨ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏପ୍ରିଲ୍ ୩ ତାରିଖରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ। ୪ ତାରିଖରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।


  • Tags:

Subscribe

National International State Sports Entertainment