ହରାରେ: ଭାରତୀୟ କ୍ରିକେଟ୍ ଟିମ୍ ବୁଧବାର ଜିମ୍ବାୱେ ବିପକ୍ଷରେ ତୃତୀୟ ଟ୍ବେଣ୍ଟି-୨୦ ଖେଳିବ। ଶୁବମନ ଗିଲ୍ଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଜିମ୍ବାୱେର ହରାରେ ସ୍ପେର୍ଟସ କ୍ଲବରେ ଏହି ମ୍ୟାଚ ଖେଳିବ। ଭାରତୀୟ ଯୁବଟିମ୍ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବ। ଭାରତୀୟ ଟିମ୍ରେ ଯଶସ୍ବୀ ଜୟସ୍ବାଲ, ସଂଜୁ ସାମସନ ଓ ଶିଭମ ଦୁବେ ଯୋଗ ଦେଇଛନ୍ତି। ମ୍ୟାଚ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଛି। ୫ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳା ଏବେ ୧-୧ ସମାନ ସ୍ଥିତିରେ ରହିଛି।
ପ୍ରଥମ ମ୍ୟାଚ୍ରେ ଭାରତର ବ୍ୟାଟିଂ ବିଫଳ ହେବାରୁ ହାରିଥିଲା। ହେଲେ ଦ୍ବିତୀୟ ମ୍ୟାଚ୍ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ଏହି ମ୍ୟାଚରେ ଜିମ୍ବାୱେକୁ ଭାରତୀୟ ଟିମ୍ ୨୩୫ ରନ୍ର ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲା। ଏହାକୁ ଅନୁସରଣ କରିବାକୁ ଯାଇ ଜିମ୍ବାୱେ ମାତ୍ର ୧୩୪ ରନ୍ରେ ଅଲ୍ଆଉଟ୍ ହୋଇ ୧୦୦ ରନ୍ରେ ପରାଜୟ ବରଣ କରିଥିଲା। ଏହି ମ୍ୟାଚରେ ଭାରତର ଯୁବ ବ୍ୟାଟର୍ ଅଭିଷେକ ଶର୍ମା (୧୦୦, ୪୬ ବଲ୍) ନିଜର ଦ୍ବିତୀୟ ମ୍ୟାଚ୍ରେ ଶତକ ଅର୍ଜନ କରିଥିଲେ।
ସମ୍ଭାବିତ ଭାରତୀୟ ଟିମ୍: ଶୁବମନ ଗିଲ୍ (ଅଧିନାୟକ), ଅଭିଷେକ ଶର୍ମା, ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ, ସଂଜୁ ସାମସନ (ୱିକେଟ୍ରକ୍ଷକ), ଶିବମ ଦୁବେ, ରିଙ୍କୁ ସିଂହ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ମୁକେଶ କୁମାର, ଆୱେସ ଖାନ।
ସମ୍ଭାବିତ ଜିମ୍ବାୱେ ଟିମ: ଇନୋସେଣ୍ଟ କାଇଆ, ତାଡିୱାନାସି ମାରୁମାନି, ବ୍ରାଏନ ବେନେଟ, ସିକନ୍ଦର ରାଜା (ଅଧିନାୟକ), ୱେସ୍ଲେ ମାଧେଭେରେ, କ୍ଲାଇଭ୍ ମାଦାଣ୍ଡେ (ୱିକେଟ୍ରକ୍ଷକ), ଲୁକେ ଜୋଙ୍ଗୱେ, ୱେଲିଂଟନ ମାସାକାଜା, ବ୍ଲେସିଂ ମୁଜାରାବାନି, ତଣ୍ଡୋଇ ଚତାରା, ରିଚାର୍ଡ ଏନ୍ଗାରାଭା।