ନବରାତ୍ରୀର ଦ୍ଵିତୀୟ ଦିନ, ଶାନ୍ତିସ୍ଵରୂପା ବ୍ରହ୍ମଚାରିଣୀ ବେଶରେ ପୂଜା ପାଉଛନ୍ତି ମା ଜଗଦମ୍ବା
Khabar Odisha:state-odisha-maa-brahmacharini-besa-nabaratri-2nd-day
ଭୁବନେଶ୍ଵର, ସେପ୍ଟେମ୍ବର ୩୦ (ଖବର ଓଡିଶା) :

ଆରମ୍ଭ ହୋଇଯାଇଛି ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା । ଆଜି ହେଉଛି ନବରାତ୍ରୀର ଦ୍ୱିତୀୟ ଦିନ । ଘରେ ଘରେ ପୂଜା ପାଉଛନ୍ତି ଦୂର୍ଗତିନାଶିନୀ ମା’ ଦୂର୍ଗା । ମାଆଙ୍କ ଆଗମନରେ ସଜେଇ ହୋଇଛି ପୂଜା ମଣ୍ଡପ । ନଅଦିନ ବ୍ୟାପୀ ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ନିଜ ଭକ୍ତ ମାନଙ୍କୁ ନଅଟି ରୂପରେ ଦର୍ଶନ ଦିଅନ୍ତି ମା’ ଜଗଦମ୍ବା । ତେବେ ମାଆ ଜଗଦମ୍ବାଙ୍କ ନଅଟି ରୂପରୁ ଦ୍ୱିତୀୟ ରୂପ ହେଉଛନ୍ତି ମା’ ବ୍ରହ୍ମଚାରିଣୀ। ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ଶାନ୍ତ, ସଂଜମ, ବୈରାଗ୍ୟ, ସଦାଚାର, ଶିଷ୍ଟାଚାର, ତ୍ୟାଗ, ତପ ଏବଂ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବ୍ରହ୍ମଚାରିଣୀ। ମା’ଙ୍କ ଉପାସନା କଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡେ । ମାନ୍ୟତା ରହିଛି ମା’ଙ୍କ ପୂଜା କଲେ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତ ହୋଇଥାଏ । ଉକ୍ତ ଦିନ ସାଧକର ମନ ସ୍ୱାଧୀଷ୍ଠାନ ଚକ୍ରରେ ଘୁରି ବୁଲୁଥାଏ । ଏହି ଚକ୍ରରେ ଅବସ୍ଥିତ ଥିବା ମନବାଳା ଯୋଗୀ ସ୍ୱରୁପ ମା’ଙ୍କ କୃପା ଏବଂ ଭକ୍ତିର ଆଶିର୍ବାଦ ପ୍ରାପ୍ତ କରିଥାଏ ।

ବ୍ରହ୍ମଚାରିଣୀ : ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ଵାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି ।   

ମାତା ବ୍ରହ୍ମଚାରିଣୀ ହେଉଛନ୍ତି ପର୍ବତରାଜ ହିମାଳୟ ଏବଂ ମୈନାବତୀଙ୍କ କନ୍ୟା । ମହାଦେବଙ୍କୁ ବର ସ୍ୱରୂପ ପ୍ରାପ୍ତ କରିବା ପାଇଁ ମା’ ବ୍ରହ୍ମଚାରିଣୀ ଘୋର ତପସ୍ୟା କରିଥିଲେ । କଠିନ ତପସ୍ୟା କାରଣରୁ ମା’ଙ୍କ ନାଁ ତପସ୍ୱୀରିଣୀ ଅର୍ଥାତ୍ ବ୍ରହ୍ମଚାରିଣୀ ରୁପେ ଖ୍ୟାତ ହେଲା । ଏଠାରେ ବ୍ରହ୍ମାର ଅର୍ଥ ହେଉଛି ତପସ୍ୟା । ବ୍ରହ୍ମଚାରିଣୀର ଅର୍ଥ ତପର ଚାରିଣୀ (ଯେ ତପର ଆଚରଣ କରେ) । ଦେବର୍ଷି ନାରଦଙ୍କ କଥାରେ ଦେବୀ ମହାଦେବଙ୍କୁ ପତୀ ରୁପେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ ।

ଏକ ହଜାର ବର୍ଷ ପର‌୍ୟ୍ୟନ୍ତ ଦେବୀ କେବଳ ଫୁଲ ଓ ଫଳ ଖାଇ ଏବଂ ଶହେ ବର୍ଷ ପର‌୍ୟ୍ୟନ୍ତ କେବଳ ଚଟାଣରେ ବସି ଦେବୀ ଘୋର ତପସ୍ୟାରେ ବିଲୀନ ଥିଲେ । ପୌରାଣିକ କଥାନୁସାରେ , ଦେବୀ କିଛି ବର୍ଷ ପର‌୍ୟ୍ୟନ୍ତ ଖୋଲା ଆକାଶ ତଳେ ଖରା ଏବଂ ବର୍ଷାକୁ ସହ୍ୟ କରି ତପସ୍ୟା କରିଥିଲେ । ତିନି ହଜାର ବର୍ଷ ପର‌୍ୟ୍ୟନ୍ତ ଗଛରୁ ତଳେ ପଡିଥିବା ବେଲପତ୍ର ଖାଇ ଜୀବନ ଧାରଣ କରିଥିଲେ । ର୍ନିଜଳ, ନିରାହାରରେ ଦେବୀଙ୍କ ଉଜ୍ଜ୍ୱଳ ରୂପ ମଳିନ ପଡିବାକୁ ଲାଗିଥିଲା । ମା’ଙ୍କ କଠୋର ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବ ମା’ ବ୍ରହ୍ମଚାରିଣୀଙ୍କୁ ବିବାହ କରିଥିଲେ । ଦୂର୍ଗା ପୂଜାର ଦ୍ୱିତୀୟ ଦିନରେ ଦେବୀଙ୍କ ଏହି ଶାନ୍ତରୂପର ପୂଜାର୍ଚ୍ଚନା କରାଯାଏ ।

Subscribe

National International State Sports Entertainment