ପ୍ରଦୂଷଣ କରୁଥିବା ଦଳରୁ ବୁଣା ହେଉଛି ଶାଢ଼ି । ମହିଳାଙ୍କୁ ଲଗାଇ ଜଳରୁ ଛାଣୁଛନ୍ତି ଦଳ । । ଆଉ ଦଳକୁ ଶୁଖାଇ ବାହାର କରାଯାଉଛି ତନ୍ତୁ ,ସେଥିରୁ ସୂତା ।ଏହି ସୂତାରୁ ପ୍ରସ୍ତୁତ ହେଉଛି ଶାଢୀ, ହସ୍ତକଳା ଓ କାଗଜ । ଆଉ ଏହି ଉପାୟ ବାହାର କରଛନ୍ତି ଝାଡଖଣ୍ଡର ଇଂଜିନିୟର ଗୈାରବ ଆନନ୍ଦ । ଯାହାକୁ ନେଇ ସେ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ୨୫ କେଜି ଦଳରେ ବୁଣା ହେଉଛି ଗୋଟିଏ ଶାଢ଼ି । ଆଉ ପ୍ରତି ଶାଢୀର ମୂଲ୍ୟ ରହିଛି ପ୍ରାୟ ଅଢେଇ ହଜାର ଟଙ୍କା । ଯେଉଁଥିପାଇଁ ସେ ସ୍ୱଚ୍ଛତା ପୁକା ନାଁରେ ଏକ ସଂସ୍ଥା ଗଢିଛନ୍ତି । ଗୈାରବ ପ୍ରତି ରବିବାର ପୋଖରୀ ସଫେଇ କରୁଛନ୍ତି । ଯାହାଦ୍ୱାରା ପୋଖରୀ ସଫା ହେବା ସହ ମହିଳାମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି । ଏବଂ ଅଲୋଡା ସାମଗ୍ରୀରୁ ମିସନ ଶାଢୀ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।