୩୭୦ ଧାରାକୁ ବଳ ଦେଉଥିବା ୩୫ଏ କୁ ଅସ୍ତ୍ର କରି ଏହାର ପହରା ଦେଉଛନ୍ତି ବିଚ୍ଛିନ୍ନତାବାଦୀ ନେତା
Khabar Odisha:national-odisha-jammu-kashmir-35-a-opposition-is-because-once-35-a-goes-370-will-follow
ଭୁବନେଶ୍ୱର, ଅଗଷ୍ଟ ୦୩ (ଖବର ଓଡିଶା) :

ଜମ୍ମୁ କାଶ୍ମୀର ଘାଟିରେ ୧୦,୦୦୦ ଅର୍ଦ୍ଧସାମରିକ ଯବାନ ନିୟୋଜିତ ସହ ୩୫ଏକୁ ହଟେଇବାକୁ ନେଇ ଏବେ ବହୁ ଅଟକଳ କରାଯାଉଛି । ଏହାକୁ ବହୁ ମିଡିଆ ରିପୋର୍ଟ ଆତଙ୍କବାଦୀ ଗତିବିଧି ସହ ମଧ୍ୟ ଯୋଡୁଛନ୍ତି । କିନ୍ତୁ ଦେଖିବାକୁ ଗଲେ ନୂତନ ସରକାର ଗଠନ ହେବା ପରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କାଶ୍ମୀର ଗସ୍ତ କୌଣସୀ ସଂଯୋଗ ନଥିଲା । ଯାହାକି ୩୫ଏକୁ ଢାଲ କରି ରାଜନୀତି କରି ଆସୁଥିବା ରାଜନେତାମାନେ ବାରି ପାରୁଥିଲେ । ସେଥିପାଇଁ ମେହବୁବା ମୁଫତି କାଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲୁଖୋଲୁ ବିଷ ଓଗାଳୁଥିଲେ । 

୩୫ଏର ବିଶେଷତ୍ୱ

ସମ୍ବିଧାନର ଅନୁଚ୍ଛେଦ ୩୫ଏ କିଛି କମ୍ ନୁହେଁ । ଜିହାଦୀ ଏବଂ ଏହି ଅନୁଚ୍ଛେଦକୁ ନେଇ ରାଜନୀତି କରୁଥିବା ରାଜନେତାମାନେ ସମ୍ବିଧାନର ଆଉ ଏକ ଅନୁଚ୍ଛେଦ ୩୭୦ ହଟେଇବାକୁ  କେନ୍ଦ୍ର ସରକାର କରୁଥିବା ଯୋଜନାକୁ ପଣ୍ଡ କରିବାକୁ ବ୍ୟବହାର କରୁଛନ୍ତି । ଯଦି ୩୫ଏ ନଥାନ୍ତା ତେବେ ଶାନ୍ତିପୂର୍ଣ୍ଣ ଉପାୟରେ ୩୭୦କୁ ହଟେଇ ଦିଆଯାଇଥାନ୍ତା। କାହାକୁ ଜମ୍ମୁ କାଶ୍ମୀରର ନାଗରିକତ୍ୱ ଦିଆଯିବ ତାହା କେବଳ ୩୫ଏ ଆଧାରରେ ଜମ୍ମୁ କାଶ୍ମୀରର ସରକାର ଓ ବିଧାନସଭା ନିଷ୍ପତ୍ତି ନେବ ।  ଯାହାକି ଅନ୍ୟ କୌଣସୀ ରାଜ୍ୟ ନିକଟରେ ଏହି କ୍ଷମତା ନାହିଁ । ତେବେ ପ୍ରତିଦିନ ମୁମ୍ବାଇ ମରାଠୋଁ କା, ଦିଲ୍ଲୀରେ ଚାକିରୀ ଓ କଲେଜରେ ପ୍ରଥମ ଆସନ ଦିଲ୍ଲୀବାଲାଙ୍କର, କିମ୍ବା ଜଗନ ମୋହନ ରେଡ୍ଡୀଙ୍କ ଚାକିରୀ କ୍ଷେତ୍ରରେ ଦିଆଯାଉଥିବା ଆରକ୍ଷଣରେ ୭୦ ପ୍ରତିଶତ ଆସନ ଆମ ଲୋକଙ୍କର, ଇତ୍ୟାଦି ନାରା ଆପଣ ଶୁଣୁଥିବେ । 

ଯଦି ଆପଣ ଧ୍ୟାନର ସହ ଦେଖିବେ ତେବେ ୩୫ଏ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଦେଖାଯିବ । ପ୍ରାୟତଃ ପ୍ରତ୍ୟେକ ରାଜ୍ୟରେ ଭାଷାଗତ ଭେଦଭାବ ଦେଖାଯାଇଥାଏ । କିନ୍ତୁ କାଶ୍ମୀରରେ ସମ୍ପୂର୍ଣ୍ଣ ଅଲଗା ନିୟମ ରହିଛି । ଯେଉଁମାନେ ୧୯୫୪ ମସିହା ପୂର୍ବରୁ ୧୦ ବର୍ଷ ଧରି କାଶ୍ମୀରରେ ବସବାସ କରୁଥିବେ ସେମାନଙ୍କୁ ଜମ୍ମୁ କାଶ୍ମୀରର ନାଗରିକତା ପ୍ରଦାନ କରାଯାଏ। ଅର୍ଥାତ୍ ଯଦି ଆପଣ କାଶ୍ମୀରରେ ମଇ ୧୪, ୧୯୫୪ ପରେ ରହିଛନ୍ତି ତେବେ ସେଠାରେ ଆପଣଙ୍କୁ ନାଗରିକତା ମିଳିବ ନାହିଁ। ଏହା ସହ ଜମି କିଣି ପାରିବେ ନାହିଁ, ସରକାରୀ ଚାକିରୀ କରି ପାରିବେ ନାହିଁ, ପଞ୍ଚାୟତ କିମ୍ବା ବିଧାନସଭା ନିର୍ବାଚନରେ ଭୋଟ ଦେଇ ପାରିବେ ନାହିଁ । ଏପରିକି ଦେଶର ପ୍ରଥମ ନାଗରିକ ଭାବରେ ପରିଗଣିତ ରାଷ୍ଟ୍ରପତି ମଧ୍ୟ ସେଠାରେ ଏକ ଇଂଚ ଜମି କିଣି ପାରିବେ ନାହିଁ । ଆପଣ ଯଦି ସେଠାରେ ରହୁଛନ୍ତି ତେବେ ଆପଣଙ୍କର କିଛି ବି ଅସୁବିଧା ହେଲେ ସେଠାକାର ରାଜ୍ୟ ସରକାର ରାଜକୋଷରୁ ଏକ ଟଙ୍କା ମଧ୍ୟ ଖର୍ଚ୍ଚ କରିବେ ନାହିଁ । ଆପଣ ସେଠାକାର ସ୍ଥାନୀୟ ଲୋକଙ୍କ ଅଧୀକାରକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରି ପାରିବେ ନାହିଁ । ତେବେ ଏହା ଆମେ ଆପଣଙ୍କୁ କହୁ ନାହୁଁ ଏହା ସମ୍ବିଧାନର ଅନୁଚ୍ଛେଦ ୩୫ଏ କହୁଛି ।

୩୭୦କୁ କବଚ

ଅନୁଚ୍ଛେଦ ୩୫ଏ,  ୩୭୦ଧାରାକୁ ଢାଲ ସଦୃଶ ରକ୍ଷା କରୁଛି । ୩୭୦କୁ ହିନ୍ଦୁସ୍ତାନର କୌଣସୀ ପ୍ରେସିଡେନସିଆଲ ନୋଟିଫିକେସନ ଦ୍ୱାରା ହଟାଯାଇ ପାରିବ ନାହିଁ । ଏହି ଧାରା ଅନୁଯାୟୀ, ଜମ୍ମୁ କାଶ୍ମୀରରେ ଭାରତ ସରକାର କେବଳ ବୈଦେଶିକ ପ୍ରତିରକ୍ଷା ଓ ଦୂର ସଂଚାର ମାମଲାରେ ହସ୍ତକ୍ଷେପ କରି ପାରିବେ । ଏହି ତିନୋଟି ବ୍ୟତୀତ ଅନ୍ୟ କୌଣସୀ ନିୟମ କିମ୍ବା ପ୍ରଶାସନିକ କାର୍ଯ୍ୟରେ ଭାରତ ସରକାର ହସ୍ତକ୍ଷେପ କରି ପାରିବେ ନାହିଁ । ଏହି ରାଜ୍ୟର ନାମ, କ୍ଷେତ୍ର, ଓ ପରିସୀମା ନିର୍ଦ୍ଧାରଣ କରିବାର ଅଧୀକାର ଭାରତ ସରକାରଙ୍କ ନିକଟରେ ନାହିଁ । ରାଜ୍ୟର ରାଜ୍ୟପାଳଙ୍କ ବିନା ଅନୁମତିରେ ଭାରତ ସରକାର କୌଣସୀ ନିୟମ କାନୁନ ଜାମ୍ମୁ କାଶ୍ମୀରରେ ଲାଗୁ କରି ପାରିବେ ନାହିଁ । ସଂସଦର ପ୍ରସ୍ତାବିତ କୌଣସୀ କାନୁନ ଉକ୍ତ ରାଜ୍ୟରେ ଲାଗୁ ହୋଇ ପାରିବ ନାହିଁ । ଜମ୍ମୁ କାଶ୍ମୀର ନିଜର ପ୍ରଶାସନିକ କାର୍ଯ୍ୟ ନିଜେ ସମ୍ପାଦନ କରିଥାଏ । ୩୭୦ ଧାରା ଅନୁଯାୟୀ, ଯଦି କୌଣସୀ ଜମ୍ମୁ କାଶ୍ମୀର ଯୁବତୀ ଭାରତର ଅନ୍ୟ ରାଜ୍ୟରେ ବିବାହ କରେ ତେବେ ସେ ପୈତୃକ ସମ୍ପତ୍ତିରେ ନିଜ ଅଂଶ ଦାବୀ କରି ପାରିବେ ନାହିଁ । ଏହା ସହିତ ଜମ୍ମୁ କାଶ୍ମୀରର ନାଗରିକତା ହରେଇବ । କିନ୍ତୁ ଯଦି ପାକିସ୍ତାନର ଯୁବକଙ୍କୁ ବିବାହ କରିବେ ତେବେ ନାଗରିକତ୍ୱ ଜାରୀ ରହିବା ସହିତ ସମ୍ପତ୍ତିରେ ଦାବୀ କରି ପାରିବେ । 

ଯଦି ଭାରତର ସଂସଦ ପକ୍ଷରୁ ଏହାକୁ ହଟାଯିବାକୁ ଚିନ୍ତା କରାଯାଏ ତେବେ ଜିହାଦୀ ମାନସିକତା ରଖୁଥିବା ବିଚ୍ଛିନ୍ନତାବାଦୀମାନେ ଏହାକୁ ସ୍ୱୀକାର କରିବେ ନାହିଁ । କାରଣ ସେମାନଙ୍କୁ ସହେଯାଗ କରିବା ପାଇଁ ୩୫ଏ ରହିଛି । ଏହାକୁ ଉଠାଇବାକୁ ବହୁମତ ଆବଶ୍ୟକ ହୋଇଥାଏ । ଯେହେତୁ କାଶ୍ମୀରରେ ଜିହାଦିମାନେ ବସବାସ କରୁଛନ୍ତି ସେମାନେ ଏହାକୁ ସମର୍ଥନ କରିବେ ନାହିଁ । କାରଣ ବିଧାନସଭାରେ ଆସନ ଗଣତି ସମୟରେ ଏବଂ ଘାଟିର ବିଧାନସଭା କ୍ଷେତ୍ରରେ ସେମାନଙ୍କର ସଂଖ୍ୟା ଅଧିକ ରହିଛି । 

Subscribe

National International State Sports Entertainment