ବୌଦ୍ଧ: ବିଚିତ୍ର ଏ ଦୁନିଆ l ତା ଠାରୁ ବିଚିତ୍ର ଭଗଵାନ l କୋଳକୁ ପିଲା ଦେଲେ ଆଉ ତା ସହିତ ଦେଲେ ଅସରନ୍ତି ଦୁଃଖ । ପିଲାର ହସ ହସ ମୁହଁକୁ ଦେଖି ସବୁ ଦୁଃଖ ଭୁଲିବା ବଦଳରେ ପିଲାର ରୋଗ ଦେଖି ଆଖିର ଲୁହକୁ ପାଟି ପିଇ ଯାଉଛନ୍ତି ବାପା ମାଆ । ଠିକ୍ ରେ ଚାଲିବା କିମ୍ବା କଥା କହିବା ପୂର୍ବରୁ ଶୈଶବକୁ ମାଡ଼ି ବସିଛି ରୋଗ । ଅସ୍ୱାଭାବିକ ଭାବେ ବଢ଼ୁଛି ଶିଶୁର ମୁଣ୍ଡ । କିନ୍ତୁ ପିଲାର ଚିକିତ୍ସା ପାଇଁ ପାଖରେ ନାହଁ ଅର୍ଥ । ଯାହା ଭଲ ମନ୍ଦ ଥିଲା ସେତକ ବି ଚିକିତ୍ସାରେ ଖର୍ଚ୍ଚ ହୋଇସାରିଲାଣି । ଏବେ କେମିତ କୁନି ଝିଅର ଚିକିତ୍ସା କରିବେ ସେଥିପାଇଁ ବାପା ମାଆଙ୍କ ଆଖିରୁ ନିଦ ହଜିଗଲାଣି ।
ବୌଦ୍ଧ ସଦର ବ୍ଲକ ବ୍ରାହ୍ମଣୀପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ପିଙ୍ଗଲାବେଡା ଗ୍ରାମର ଶୁକଦେବ ସାହୁଙ୍କର ଏକ ଅଢେଇ ବର୍ଷ ଝିଅ ରୋଜି ସାହୁ l କୁନି ଝିଅ ରୋଜିର ମୁଣ୍ଡ ଧୀରେ ଧୀରେ ଅସ୍ୱାଭାବିକ ଭାବେ ବଢ଼ିବାରେ ଲାଗିଛି l ବାପା ଓ ମା ଉଭୟ ମିଶି ଝିଅକୁ ଠିକ କରିବା ପାଇଁ ପ୍ରଥମେ ବୌଦ୍ଧ ମେଡିକାଲ ନେଇଥିଲେ l ଏହାପରେ ଜିଲ୍ଲା ପ୍ରଶାସନ ସହାୟତା ରେ କଟକର ଶିଶୁ ଭବନକୁ ନେଇଥିଲେ l ସେଠାରେ ଚିକିତ୍ସା କରିଥିଲେ ସୁଦ୍ଧା ଭଲ ହେଉ ନାହିଁ ମୁଣ୍ଡ l ଗରିବ ପରିବାର ପରର ମୂଲ ଲାଗି ଚଳନ୍ତି l ଘରେ ଜମି ବାଡ଼ି, ସୁନା ,ରୁପା ଯାହା ଥିଲା ବିକ୍ରୟ କରି ଟଙ୍କା ସବୁ ଚିକିତ୍ସା ରେ ଖର୍ଚ୍ଚ ହୋଇ ସାରିଛି l ବିଭିନ୍ନ ସମୟରେ ବେଳେ ଖାଇଲେ ବେଳେ ଉପବାସରେ ରହିବାକୁ ପଡେ ।.ଏମିତି ପରିସ୍ଥିତିରେ କେମିତି ପିଲାର ଚିକିସ୍ଚା କରିବେ ସେ ନେଇ ମାଆ ଆଖିରୁ ଲୁହ ଶୁଖୁନି ।
ଏନେଇ ଅତିରିକ୍ତ ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର କିଶୋର ଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ଓ ଚିକିତ୍ସା କରାଯିବ ବୋଲି କହିଛନ୍ତି l
ବାପା ଶୁକଦେବ ସାହୁ l ମାନସିକ ଦୃଷ୍ଟିରୁ ଟିକେ ଅନଗ୍ରସର l ସରଳ ଓ ନିଷ୍ପlପ l ଦୁନିଆର ଛନ୍ଦମନ୍ଦ ଜାଣନ୍ତି ନାହିଁ l ଜୀବନ ଜିଇବାକୁ ପେଟକୁ ଦାନା ମୁଠେ ପାଇଁ ଯେଉଁଠି ସଂଘର୍ଷ କରିବାକୁ ପଡୁଛି l ସେଠି ପୁଣି କୁନି ଝିଅ ରୋଜିର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି l ଯଦି ସରକାରୀ ସହାୟତା ସହିତ କୌଣସି ବୈଦାନ୍ୟ ବ୍ୟକ୍ତି ଏହି କୁନି ଝିଅର ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇ ପାରନ୍ତି ତେବେ ପରିବାର ରେ ହସ ଫୁଟି ପାରନ୍ତା l ଝିଅର ରୋଗକୁ ଭଲ କରିବାକୁ ସହାୟତା କରିବା ପାଇଁ ମା ଟୁନି ସାହୁ ଆକୁଳ ସମସ୍ତଙ୍କୁ ନିବେଦନ କରିଛନ୍ତି l
ଯଦି ଆପଣ ରୋଜିକୁ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ଲେଖି ରଖନ୍ତୁ ଠିକଣା ଏବଂ ବ୍ୟାଙ୍କ୍ ଡିଟେଲ୍ସ
ବାପା -ଶୁକଦେବ ସାହୁ
ମା -ଟୁନି ସାହୁ
ଗ୍ରାମ -ପିଙ୍ଗିଳାବେଡା
ପୋଷ୍ଟ -ମୁଣ୍ଡିପଦର
ପିନ୍ -762015
ଆକାଉଣ୍ଟ ନମ୍ବର -34954578053
IFSC code -SBIN0007833
ମୋବାଇଲ ନମ୍ବର -8455091541