କେବେ ଶେଷ ହେବ କରୋନା ଯନ୍ତ୍ରଣା?
Khabar Odisha:When-will-the-corona-pain-end

ଭୁବନେଶ୍ୱର, ମେ ୧ (ଖବର ଓଡ଼ିଶା): କରେନାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ, ପୁରା ବିଶ୍ୱ ଏହି ମାରାତ୍ମକ ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ଅବିରତ ଚେଷ୍ଟା ଚଳାଇଛି । କରୋନାର ଏହି ଦ୍ୱିତୀୟ ଲହର ଯେ ପ୍ରକୃତରେ କେତେ ଭୟଙ୍କର ତାହା ଆମେ ପ୍ରତିଦିନ ଅନୂଭୁତ କରୁଛୁ । ଏବେ ଏମିତି ମନେ ହେଉଛି ଯେମିତି ହୁଏତ ଆଉ ଶେଷ ହେବନି ଏହି କରୋନା ଯନ୍ତ୍ରଣା ।

ଗତ ବର୍ଷ କରୋନା ମହାମାରୀ ଆରମ୍ଭ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏମିତି କିଛି ଆକଳନ କରାଯାଇଥିଲା । ଯାହା ଏବେ ବାସ୍ତବତାର ରୂପ ନେଉଛି । କରୋନାକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରିବାର ସମ୍ଭାବନା ବହୁତ କମ୍ । ପ୍ରଥମରୁ ହିଁ କରୋନା ତାର କରାଳ ରୂପ ଦେଖାଇ ଚାଲିଛି ଆଉ ମାନବ ସମାଜ ଯେତେ ଚେଷ୍ଟା କଲେ ବି କରୋନାର ପ୍ରତିହତ ସଫଳ ହେଉନାହିଁ । ଏସବୁକୁ ଦେଖି କରୋନା ବିପଦକୁ ମାନବ ସମାଜ ଉପରୁ ସମ୍ପୂର୍ଣ୍ଣ ଭାବରେ ଟାଳିଦେବା ସମ୍ଭବ ମନେ ହେଉ ନାହିଁ ବୋଲି କହିଥିଲେ ଡବ୍ଲୁଏଚଓ ର ଜରୁରୀ କାଳୀନ ଯୋଜନାର ମୁଖ୍ୟ ଡା. ମାଇକେଲ ରେୟାନ୍ । ଯାହା ଏବେ ପୁଣି ଲୋକଙ୍କ ଭୟ ବଢାଇଛି ।

ଆମେ କରୋନାର ଦ୍ୱିତୀୟ ଲହର ସହିତ ଲଢେଇ କରୁଛୁ । ଚାରିଆଡେ ପୁଣି ଯେମିତି ହାହାକାର ପଡିଛି । ଦୀନ ରାତି ଲୋକଙ୍କ ଚିତା ଜଳୁଥିବା ବେଳେ ପ୍ରତି ସେକେଣ୍ଡରେ କରୋନା ଜଣଙ୍କ ପ୍ରାଣ ନେଉଛି । ଏହି ଯନ୍ତ୍ରଣା ଯେ କେବେ ଶେଷ ହେବ ତାର ଆକଳନ କେହି କରିପାରୁନାହାନ୍ତି ।

କରୋନାର ପ୍ରଥମ ଲହରର ଠାରୁ ଦ୍ୱିତୀୟ ଲହର ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ହୁଏତ ପ୍ରଥମ ଲହର ଭଳି ଏହି ଦ୍ୱିତୀୟ ଲହରର ବି କିଛି ସମୟ ପରେ ଆୟତକୁ ଆସିପାରେ କିନ୍ତୁ ଏହାପରେ ପୁଣି ତୃତୀୟ ଲହରର ଭୟ ବି ରହିଛି । ପାଖିପାଖି ଦେଢ ବର୍ଷ ହେଲା ଆମେ ଏକ ମହାମାରୀ ସହିତ ଲଢୁଛୁ । ଆଉ କେତେ ଦିନ ଆମକୁ ଏମିତି ଳଢିବାକୁ ହେବ, କେବେ ଶେଷ ହେବ ଏହି କରୋନା ଯନ୍ତ୍ରଣା ତାହା ଏବେବି ସବୁଠାରୁ ବଡ଼ ଦ୍ୱନ୍ଦ ।

  • Tags:

Subscribe

National International State Sports Entertainment