ଭାଷା ପ୍ରେମ: ସଂସଦରେ “ଭାଷା”କୁ ନେଇ ମୌନ ରହିଥାନ୍ତି ଅଧିକାଂଶ ସାଂସଦ, ୧୬ ବର୍ଷରେ ମାତ୍ର ୭୭ଟି ପ୍ରଶ୍ନ
Khabar Odisha:National-news-Only-77-Questions-Asked-In-Parliament-On-Rajbhasha-Hindi-By-Members-Of-Parliament-Till-2016
ନୂଆଦିଲ୍ଲୀ,ଅକ୍ଟୋବର ୦୪(ଖବର ଓଡିଶା):

ସଂସଦ ବାହାରେ “ଭାଷା”କୁ ନେଇ ବିଭିନ୍ନ ରଜନୈତିକ ଦଳର ସାଂସଦଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ବୟାନବାଜୀ ଦେଖିବାକୁ ମିଳୁଛି । ନିର୍ବାଚନ ରାଲି ହେଉ ଅବା ଅନ୍ୟ କାର୍ଯ୍ୟକ୍ରମ, ସେଠାରେ ମଧ୍ୟ ନେତାଙ୍କ ମୁଖରୁ ଭାଷକୁ ନେଇ ଏପରି କିଛି ବାହାରି ଆସିଥାଏ ଯାହା ଅନେକ ଦିନ ପର୍ଯ୍ୟନ୍ତ ଗଣମାଧ୍ୟମର ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଥାଏ । ସଂସଦରେ ରାଜଭାଷାକୁ ନେଇ ଆମର ସାଂସଦମାନେ କେତେ ଗମ୍ଭୀର ଅଛନ୍ତି,ଏହାର ଅନୁମାନ ଏଥିରୁ ଲଗାଯାଇ ପାରିବ ଯେ ଆଇନ ପ୍ରଣୟନକାରୀମାନେ ରାଜଭାଷାକୁ ନେଇ ଗତ 16 ମଧ୍ୟରେ ମାତ୍ର 77ଟି ପ୍ରଶ୍ନ କରିଛନ୍ତି ।

2000ରେ ଏନଡିଏ ସରକାରରେ ପଚାରା ଯାଇଥିଲା 21 ପ୍ରଶ୍ନ

ଭାଷାକୁ ନେଇ 2000 ମସିହାରେ  ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧିନ ଏନଡିଏ ସରକାର ସମୟରେ ସର୍ବାଧିକ 21ଟି ପ୍ରଶ୍ନ କରାଯାଇଥିଲା । ଏବେ ପରିସ୍ଥିତି ଏହା ଯେ ରାଜଭାଷାର ବିକାଶ, ପ୍ରସାର-ପ୍ରଚାର ଏବଂ ଏହାସହ ଜଡିତ ଥିବା ଅନ୍ୟ ପ୍ରସଙ୍ଗ ଗୁଡିକ ଉପରେ ସାଂସଦମାନେ ସଂସଦରେ ମୌନ ରହୁଛନ୍ତି । ରାଜଭାଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, 2016 ମସିହା ପରେ ଭାଷାକୁ ନେଇ ସଂସଦରେ କୌଣସି ପ୍ରଶ୍ନ କରାଯାଇ ନାହିଁ ।

ରାଜଭାଷା ବିଭାଗର ସୂଚନା ଅନୁସାରେ, 2000 ମସିହା ଡିସେମ୍ୱର 19 ତାରିଖ ଶୀତ ଅଧିବେଶନ ସମୟରେ ସାଂସଦ ବିଜୟ କୁମାର ଖଣ୍ଡେଲୱାଲା ହିନ୍ଦୀରେ ଇ-ମେଲ କରିବାର ସୁବିଧା କେବେ ଆରମ୍ଭ ହେବେ ବୋଲି ପ୍ରଶ୍ନ କରିଥିଲେ । ସେହି ସମୟରେ ତତ୍କାଳୀନ ଗୃହ ରାଜ୍ୟ ମନ୍ତ୍ରୀ ଆଇଡି ସ୍ୱାମୀ ଏହାର ଜବାବ ରଖିଥିଲେ । 2000 ମସିହା ଜୁଲାଇ 25 ତାରିଖରେ ସୁରେଶ ରାମରାୱ ଯାଧବ ସଂସଦରେ ପ୍ରଶ୍ନ କରିଥିଲେ ଯେ ରାଜଭାଷାର ପ୍ରସାର ଏବଂ ପ୍ରଚାର କରିବା ପାଇଁ କେତୋଟି କ୍ଷୁଦ୍ର ସିନେମା ଏବଂ ଟିଭି ଧାରାବାହିକ ନିର୍ମାଣ କରାଯାଇଛି । ସେହି ବର୍ଷ ଅଗଷ୍ଟ 22 ତାରିଖରେ ସାଂସଦ ବ୍ରହ୍ମାନନ୍ଦ ମଣ୍ଡଳ  ହିନ୍ଦୀକୁ ରାଜଭାଷା ଘୋଷଣା କରିବା ପରେ ମଧ୍ୟ ଏହାର ବ୍ୟାପକ ବ୍ୟବହାର କାହିଁକି ହୋଇ ପାରୁନାହିଁ ବୋଲି ପ୍ରଶ୍ନ କରିଥିଲେ । 

ଫେବ୍ରୁଆରୀ 29 ତାରିଖରେ ଗୃହରେ ଡା.ଲକ୍ଷ୍ମୀନାରାୟଣ ପାଣ୍ଡେ ପ୍ରଶ୍ନ କରିଥିଲେ, ଏନସିଇଆରଟି ଅର୍ଥଶାସ୍ତ୍ର ଅବା ଅନ୍ୟ ବହି ଗୁଡିକରେ ପ୍ରଚଳିତ ହିନ୍ଦୀର ପର୍ଯ୍ୟାପ୍ତ ପ୍ରୟୋଗ ନକରି ରାଜଭାଷା ନିୟମର ପାଳନ କରିନାହିଁ, ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବାଦି ଥିଲେ । 18ଟି ଭାଷାକୁ ରାଜଭାଷା ଘୋଷିତ କରିବା, ରାଜଭାଷା ଉଲ୍ଲଂଘନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏହାର ପ୍ରଚାର ଉପରେ ଖର୍ଚ୍ଚ ହୋଇଥିବା ଧନରାଶି, ଅନେକ ସାଂସଦ ଏପରି ପ୍ରଶ୍ନ କରିଥିଲେ । 

2007 ମସିହା ଅଗଷ୍ଟ 21 ତାରିଖରେ ସାଂସଦ ରଘୁବୀର ସିଂହ କୌଶଳ ରାଜଭାଷା ହିନ୍ଦୀର ବିଶ୍ୱକୋଷ ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି କି ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ । ସେହିପରି 2005 ମସିହାରେ ସାଂସଦ ତୁକାରାମ ଗଣପତରାଓ ପାଟିଲ ଏବଂ ବୀର ସିଂହ ମହତୋ ରାଜଭାଷା ବିଭାଗରେ ଅନୀୟମିତାତାକୁ ନେଇ ପ୍ରଶ୍ନ ଉଠାଇଥିଲେ । 2010 ମସିହାରେ ସାଂସଦ ଗୋରଖପ୍ରସାଦ ଜୟସୱାଲ ଏବଂ ୟଶୱନ୍ତ ଲାଗୁରୀ ହିନ୍ଦୀକୁ ରାଜଭାଷାର ମାନ୍ୟତା ଦେବା ପାଇଁ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । 

2013 ମସିହାରେ କ୍ୟାପଟେନ ଜୟ ନାରାୟଣ ପ୍ରସାଦ ନିଷାଦ ପ୍ରଶ୍ନ ଉଠାଇଥିଲେ, ସାର୍ବଜାନୀକ କ୍ଷେତ୍ରର ଉପକ୍ରମ ଅବା ବ୍ୟାଙ୍କ କେବଳ ଇଂଗ୍ରାଜୀରେ କାହିଁକି କାମ କରୁଛି । ଏହା ରାଜଭାଷା ଅଧିନିୟମର ଉଲ୍ଲଂଘନ । ଖାସକରି ସରକାର ଏପରି ବ୍ୟାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । 2016 ମସିହାରେ ଭାଷାକୁ ଶେଷ ପ୍ରଶ୍ନ କରିଥିଲେ ସାଂସଦ ବୀରେନ୍ଦ୍ର କଷ୍ୟପ ।   

ବର୍ଷ              ରାଜଭାଷାକୁ ନେଇ ପ୍ରଶ୍ନ

୨୦୦୦                   ୨୧     

୨୦୦୧                   ୨

୨୦୦୨                   ୫

୨୦୦୩                   ୭

୨୦୦୪                   ୩ 

୨୦୦୫                   ୧୧

୨୦୦୬                   ୨

୨୦୦୭                   ୩

୨୦୦୮                   ୪

୨୦୦୯                   ୦

୨୦୧୦                   ୨

୨୦୧୧                   ୧ 

୨୦୧୨                   ୩

୨୦୧୩                   ୪

୨୦୧୪                   ୪  

୨୦୧୫                   ୧

୨୦୧୬                   ୪

୨୦୧୭                   ୦

୨୦୧୮                   ୦

୨୦୧୯                   ୦( ଶେଷ ସଂସଦ ଅଧିବେଶନ ସୁଦ୍ଧା )

Subscribe

National International State Sports Entertainment