ଭୁବନେଶ୍ବର: ଶକ୍ତିମନ୍ତ୍ରୀ କେ.ଭି ସିଂଦେଓଙ୍କ ବଡ ଘୋଷଣା । ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ । ବିଧାସଭା ପ୍ରଶ୍ନକାଳରେ ବିଜୁଳି ସମ୍ପର୍କରେ ଆଲୋଚନା ସମୟରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ।
ସୂଚନା ଅନୁସାରେ, ଆଜି ବିଧାସଭା ପ୍ରଶ୍ନକାଳରେ ସମସ୍ତ ଗାଁକୁ କେବେ ବିଜୁଳି ସଂଯୋଗ ହେବ ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ପ୍ରଶ୍ନ ପଚାରିଥିଲେ, ତାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଅପହଞ୍ଚ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଲାଗି ଓରେଡା ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ କମିଟି କାହିଁକି ନିୟମିତ ବସୁନି ବୋଲି ପ୍ରଶ୍ନ କରିଥିଲେ ବଦ୍ରି ପାତ୍ର। ଏହାର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ୨୪ବର୍ଷ ହେବ ଆପଣଙ୍କ ସରକାର ଥିଲା। କାହିଁକି କମିଟି ନିୟମିତ ବସିନଥିଲା ଆପଣ ସେତେବେଳେ କହିବା କଥା। ଆମେ ୩ମାସ ହେବ ଆସିଛୁ, ଏଥର ନିୟମିତ କମିଟି ବସିବ ବୋଲି ଆଶ୍ୱାସନା ଦେଇଛନ୍ତି କେଭି।
ଅଧିକା ପଢନ୍ତୁ: ରାଜ୍ୟରେ ତିଆରି ହେବ ୨ଶହ ଗୋଶାଳା : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ