ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଅନେକ ନେତା ଙ୍କ ଭାଗ୍ୟ ପରୀକ୍ଷା ଚାଲିଥିବାବେଳେ ଅନେକ ନେତା ଆଜି ଭୋଟ୍ ଦେଇଛନ୍ତି । ତେବେ ବିଜେଡିର ନେତା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମତଦାନ ସାବ୍ୟସ୍ତ କରିଛନ୍ତି । କିନ୍ତୁ ମତଦାନ କେନ୍ଦ୍ର କୁ ଯିବାବେଳେ ପାଣ୍ଡିଆନ ଙ୍କୁ ଅଟୋରେ ଯାଉଥିବାର ଦେଖିବାକୁ ମିଳିଥିଲା । ଅଟୋରେ ଆସି ମତଦାନ କେନ୍ଦ୍ରରେ ପହଞ୍ଚିଥିବାବେଳେ ଧାଡିରେ ଛିଡା ହୋଇ ମତଦାନ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସକାଳ ସମୟରେ ଭୁବନେଶ୍ୱର ଏରୋଡ୍ରମ୍ ୟୁପି ସ୍କୁଲରେ ମତଦାନ କରିଛନ୍ତି । ସେହିପରି ନୂଆଦିଲ୍ଲୀସ୍ଥିତ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ମତଦାନ କରିଛନ୍ତି ମହାମହିମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଦେଶରେ ଷଷ୍ଠ ପର୍ଯ୍ୟାୟରେ ମତଦାନ ଚାଲିଥିବାବେଳେ ଓଡ଼ିଶା ସମେତ ଦେଶର ୮ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଶନିବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଉତ୍ତରପ୍ରଦେଶର ୧୪ଟି, ହରିୟାଣାର ୧୦ଟି, ବିହାରର ୮ଟି, ପଶ୍ଜମବଙ୍ଗର ୮ଟି, ଦିଲ୍ଲୀର ସମସ୍ତ ୭ଟି, ଓଡ଼ିଶାର ୬ଟି, ଝାଡ଼ଖଣ୍ଡର ୪ଟି ଓ ଜମ୍ମୁ-କାଶ୍ମୀରର ଗୋଟିଏ ଆସନରେ ମତଦାନ ଚାଲିଛି।
ଅଧିକ ପଢନ୍ତୁ : ଓଡ଼ିଶା ଆସୁଛନ୍ତି ସ୍ମୃତି ଇରାନୀ : କରିବେ ମାରାଥନ ପ୍ରଚାର