କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପଶ୍ଚିମବଙ୍ଗ ଆସନସୋଲରେ ନିର୍ବାଚନ ପ୍ରଚାର କରି ମମତା ସରକାର ବିରୁଦ୍ଧରେ ରଣହୁଁକାର ଦେଇଛନ୍ତି । ପଶ୍ଚିମବଙ୍ଗରେ ମୋଦୀ ଛଅ ଗ୍ୟାରେଣ୍ଟି ଦେଇଛନ୍ତି । ବିଜେପି ସରକାର ଗଠନ ହେବେ ଏବଂ ଗୋଟି ଗୋଟି କରି ସବୁ ସମସ୍ୟାର ସମାଧାନ ହେବ ।
ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଆଇନ ବ୍ୟବସ୍ଥାକୁ ସିଧା ନିଶାଣ କରିଛନ୍ତି । ମୋଦୀ ଦୃଢ଼ତାର ସହିତ କହିଛନ୍ତି ଯେ ୪ ମେ ପରେ ପଶ୍ଚିମବଙ୍ଗରେ ସୁଶାସନର ରାଜ୍ୟ ସ୍ଥାପନ ହେବ । ପ୍ରତ୍ୟେକ ଗୁଣ୍ଡାଗର୍ଦ୍ଦିର ହିସାବ ନିଆଯିବ । ଗୋଟି ଗୋଟି କରି ସମସ୍ତେ ଜବାବ ଦେବେ ।
ମୋଦୀଙ୍କ ୬ ଗ୍ୟାରେଣ୍ଟି...
-
ଭୟର ବାତାବରଣର ଅନ୍ତ, ବିଶ୍ୱାସର ପରିବେଶକୁ ପ୍ରୋତ୍ସାହିତ ଏବଂ ଆଇନର ଶାସନ ପ୍ରତି ଲୋକଙ୍କ ବିଶ୍ୱାସ ଫେରିବ ।
-
ବ୍ୟବସ୍ଥାକୁ ଦାୟୀ କରାଯିବ।
-
ଖୋଲିବ ପୁରୁଣା ଫାଇଲ୍, ପ୍ରତ୍ୟେକ ଘୋଟାଲା, ପ୍ରତ୍ୟେକ ଦୁର୍ନୀତି ଏବଂ ପ୍ରତ୍ୟେକ ଅନ୍ୟାୟର ତଦନ୍ତ କରାଯିବ।
-
ଜେଲ୍ ଯିବେ ଦୁର୍ନୀତିଗ୍ରସ୍ତ ।
-
ଶରଣାର୍ଥୀଙ୍କୁ ସାମ୍ବିଧାନିକ ଅଧିକାର, ବହିଷ୍କୃତ ହେବେ ଅନୁପ୍ରବେଶକାରୀ
-
ସପ୍ତମ ବେତନ କମିଶନ ଲାଗୁ କରାଯିବ ।
ଏହା ସହିତ ବିଭିନ୍ନ ଚର୍ଚ୍ଚିତ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ମୋଦୀ ଗମ୍ଭୀର ଆରୋପ ମଧ୍ୟ ଲଗାଇଛନ୍ତି । ବିଶେଷକରି ଆରଜି କର ମେଡ଼ିକାଲ ଛାତ୍ରୀଙ୍କ ଦୁଷ୍କର୍ମ ଘଟଣାକୁ ଉଠାଇ ମୋଦୀ କହିଛନ୍ତି ଟିଏମସି ସରକାର ଦୁଷ୍କର୍ମକାରୀଙ୍କ ସହିତ ଛିଡ଼ା ହୋଇଛି । ସେହିପରି ଅନୁପ୍ରବେଶକାରୀ ବଙ୍ଗାଲରେ କବଜା କରି ବସିଛନ୍ତି ।
ମୋଦୀ ମତଦାତାଙ୍କୁ ଆହ୍ୱାନ କରିଛନ୍ତି ଏଥର ଭୋଟ୍ ବଙ୍ଗର ବିକାଶ, ସୁରକ୍ଷା ଏବଂ ଭବଷ୍ୟ ପାଇଁ ହେବା ଉଚିତ । ‘ସବକା ସାଥ୍, ସବକା ବିକାଶ’ ସହିତ, ‘ଲୁଟେରାଙ୍କ ହେବ ହିସାବ ଏବଂ ବିନାଶ’ ନାରା ଦେଇଛନ୍ତି ମୋଦୀ ।