ଚେନ୍ନାଇ: ତାମିଲନାଡୁର କରୁରରେ ଅଭିନେତା ତଥା ରାଜନେତା ବିଜୟଙ୍କ ରାଲିରେ ଦଳାଚକଟା ମାମଲାରେ ଏବେ ରାଜନୀତି ତୀବ୍ର ହୋଇଛି । ଘଟଣା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିଜୟ । ଏଥିରେ ତାଙ୍କର କୌଣସି ଭୁଲ ନାହିଁ । ଯଦି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ମଧ୍ୟ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଯଦି ପ୍ରତିଶୋଧ ନେବାର ଅଛି, ତେବେ ମୋ କାର୍ଯ୍ୟାଳୟକୁ ଆସ ବୋଲି କହିଛନ୍ତି ବିଜୟ ।
ଅଭିନେତା ବିଜୟ ଘଟଣା ଉପରେ ନିଜର ଗଭୀର ଦୁଃଖ ପ୍ରକାଶ କରିବାକୁ ଆଗକୁ ଆସି ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, "ଆମେ କିଛି ଭୁଲ କରିନାହୁଁ, ତଥାପି ଆମ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଛି। ଜୀବନରେ କେବେ ଏପରି ଯନ୍ତ୍ରଣାଦାୟକ ପରିସ୍ଥିତିର ସମ୍ମୁଖୀନ ହୋଇନାହିଁ। ମୋର ଶରୀର ଏବଂ ମନ ଚିନ୍ତାରେ ରହିଛି । ହୃଦୟ ଅନେକ ଯନ୍ତ୍ରଣାରେ ରହିଛି ।
ସେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି, " ମୁଖ୍ୟମନ୍ତ୍ରୀ ସାହେବ ଯଦି ପ୍ରତିଶୋଧ ନେବାକୁ ଚାହୁଁଛନ୍ତି ମୋ ସହିତ କିଛି ବି କରନ୍ତୁ, କିନ୍ତୁ ମୋ ଦଳୀୟ କର୍ମୀଙ୍କୁ ସ୍ପର୍ଶ କରନ୍ତୁ ନାହିଁ।" ମୁଁ ଘରେ ଥିବି ନ ହେଲେ କାର୍ଯ୍ୟାଳୟରେ ଅଛି, ମୋ ସହିତ ଯାହା କରିବାକୁ ଚାହୁଁଛ କରିପାର ।" ବିଜୟ ଏହା ମଧ୍ୟ କହିଛନ୍ତି ଯେ ସେ ଦୁର୍ଘଟଣା ଦିନ ହଠାତ୍ କରୁର ଛାଡି ଯାଇ ନ ଥିଲେ କାରଣ ସେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଚାହୁଁଥିଲେ । ସେ ଆହୁରି କହିଛନ୍ତି, ଶୋଭାଯାତ୍ରା କରିବାକୁ ଉପଯୁକ୍ତ ସ୍ଥାନ ବାଛିଥିଲେ ଏବଂ ସୁରକ୍ଷା ପାଇଁ ଅନୁମତି ନେଇଥିଲେ । ଏହା କେମିତି ଘଟିଲା ତାହା କେହି ଜାଣି ନାହାଁନ୍ତି ।
ବିଜୟ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ପୀଡିତ ଏବଂ ଆହତଙ୍କ ପରିବାରବର୍ଗଙ୍କୁ ଭେଟି ନାହାଁନ୍ତି, କାରଣ ସେଠାରେ ତାଙ୍କର ଉପସ୍ଥିତି ପରିସ୍ଥିତିକୁ ଆହୁରି ଖରାପ କରିପାରେ । ତଥାପି, ସେ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଖୁବ୍ ଶୀଘ୍ର ସେମାନଙ୍କ ସହିତ ସାକ୍ଷାତ କରିବେ ଏବଂ ସେମାନଙ୍କ ଦୁଃଖ ବାଣ୍ଟିବେ ।
ଘଟଣା ସମ୍ପର୍କରେ ପୋଲିସ ବିଜୟଙ୍କ ଦଳର ବରିଷ୍ଠ ନେତା ବସ୍ସି ଏନ. ଆନନ୍ଦ ଏବଂ ସିଟିଆର ନିର୍ମଳ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିଜୟ କହିଛନ୍ତି ଯେ ଯଦି ସରକାର ପ୍ରତିଶୋଧ ପରାୟଣ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ କେବଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ, ଦଳୀୟ କର୍ମୀଙ୍କ ବିରୋଧରେ ନୁହେଁ ।