ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାର ସୂଚନା ରହିଛି । ଏହାରି ବିହାରର ଲୋକପ୍ରିୟ ଗାୟିକା ମୈଥିଲୀ ଠାକୁରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୈଥିଲୀ ଙ୍କୁ ବିଜେପି ମଇଦାନକୁ ଓହ୍ଲାଇବ ବୋଲି ରାଜନୈତିକ ମହଲରେ ଆଲୋଚନା କରାଯାଉଛି । ମୈଥିଲୀ ବିହାର ବିଜେପି ପ୍ରଭାରୀ ବିନୋଦ ତାବଡ଼େ ଏବଂ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସହିତ ସାକ୍ଷାତ କରିବା ପରେ ଏହି ଆଲୋଚନା ତୀବ୍ର ହୋଇଛି ।
ଗାୟିକା ମୈଥିଲୀ ଠାକୁର ନିଜ ବାପାଙ୍କ ସହିତ ପ୍ରଭାରୀ ନିତ୍ୟାନନ୍ଦ ରାୟଙ୍କୁ ଭେଟିଛନ୍ତି । ପ୍ରଭାରୀ ବିନୋଦ ତାବଡ଼େ ଏହି ଫଟୋକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ଲେଖିଛନ୍ତି, ୧୯୯୫ରେ ବିହାରରେ ଲାଲୁ ଶାସନ ଚାଲିଥିବାବେଳେ ଯେଉଁ ପରିବାର ବିହାର ଛାଡ଼ିକି ଚାଲିଯାଇଥିଲେ, ଆଜି ସେହି ପରିବାରର ଝିଅ ସୁପ୍ରସିଦ୍ଧ ଗାୟିକା ମୈଥିଲୀ ଠାକୁର ବଦଳୁଥିବା ବିହାରକୁ ଦେଖି ପୁଣି ଥରେ ଫେରିବାକୁ ଚାହୁଁଛନ୍ତି । କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ମୁଁ ତାଙ୍କୁ ଅନୁରୋଧ କରିଛୁ କି ବିହାରର ଜନତାଙ୍କ ପାଇଁ ଏବଂ ବିହାର ବିକାଶ ପାଇଁ ତାଙ୍କର ଯୋଗଦାନ ପାଇଁ ବିହାର ସାଧାରଣ ଜନତା ଆଶା ରଖିଛନ୍ତି ଏବଂ ତାଙ୍କର ଆଶାକୁ ପୂରଣ କରନ୍ତୁ । ବିହାର ଝିଅ ମୈଥିଲି ଠାକୁରଙ୍କୁ ଶୁଭକାମନା ।
ମୈଥିଲି ଠାକୁର ବିହାର ବୈନୀପଟ୍ଟୀର ବାସିନ୍ଦା ଅଟନ୍ତି । ସେଠାରେ ବିଜେପିର ବରିଷ୍ଠ ନେତା ନାରାୟଣ ଝା ବିଧାୟକ ଅଛନ୍ତି । ସେ ବର୍ତ୍ତମାନ ୬୮ ବର୍ଷର ହେଲେଣି । ବୟସାଧିକ କାରଣରୁ ସେ ଆଉ ନିର୍ବାଚନ ନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
୨୫ ବର୍ଷିୟା ମୈଥିଲି ଠାକୁର ଜି ଟିଭିରେ ପ୍ରସାରିତ ରିଆଲିଟି ଶୋ “ସାରେଗାମାପା ଲିଟିଲ୍ ଚ୍ୟାମ୍ପ୍ସ”ରେ ଅଂଶ ଗ୍ରହଣ କରି ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ସୋନି ଟିଭିରେ ପ୍ରସାରିତ “ଇଣ୍ଡିଆନ୍ ଆଇଡିଆଲ୍ ଜୁନିୟର” ଏବଂ କଲର୍ସରେ ଆସିଥିବା ରାଇଜିଂ ଷ୍ଟାର”ରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ସେ ବିଭିନ୍ନ ଭାଷାରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି । ବିଶେଷକରି ଭଜନ ପାଇଁ ସେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । ଦେଶରୁ ବିଦେଶ ମୈଥିଲୀ ନିଜ ଭଜନ ପାଇଁ ଅନେକ ପ୍ରସିଦ୍ଧି ଲାଭ କରିଛନ୍ତି । ମୈଥିଲୀ ତାଙ୍କ ପରିବାର ସହିତ ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି ।