ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଆୟୁଷ୍ମାନ ବୟ ବନ୍ଦନ କାର୍ଡ ବୃଦ୍ଧ ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଏହା ସହିତ ଆୟୁଷ୍ମାନ ଯୋଜନାର ନୂତନ ପର୍ଯ୍ୟାୟ ଆରମ୍ଭ କରିଛନ୍ତି । ଏବେ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବାର୍ଦ୍ଧକ୍ୟ ଆୟୁଷ୍ମାନ ଯୋଜନା ଆଧାରରେ ଚିକିତ୍ସା ସୁବିଧା ପାଇ ପାରିବେ । ଏହି ପରିପ୍ରେକ୍ଷୀରେ ପ୍ରଧାନ ମନ୍ତ୍ରୀ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗର ବୃଦ୍ଧ ଓ ବୃଦ୍ଧଙ୍କୁ ହାତ ଯୋଡ଼ି କ୍ଷମା ମାଗିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗର ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବୃଦ୍ଧ ଓ ବୃଦ୍ଧାଙ୍କୁ କ୍ଷମା ମାଗୁଛି କାରଣ ମୁଁ ଆପଣଙ୍କ ସେବା କରି ପାରିବି ନାହିଁ । ମୁଁ ଆପଣଙ୍କ ଦୁଃଖ ଏବଂ ଯନ୍ତ୍ରଣା ଜାଣିବି କିନ୍ତୁ ଆପଣଙ୍କ ସାହାଯ୍ୟ କରି ପାରିବି ନାହିଁ । ଏହାର କାରଣ ହେଉଛି ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ସରକାର ନିଜର ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ଯୋଜନାକୁ ଲାଗୁ କରି ନାହାଁନ୍ତି । ଯେଉଁଥି ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଏହା ମୋତେ ଅତ୍ୟନ୍ତ ଯନ୍ତ୍ରଣା ଦେଉଛି ।
ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଶାସନ କରୁଥିବାବେଳେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟୀର ସରକାର ରହିଛି । ଏହି ଦୁଇ ରାଜ୍ୟ ଆୟୁଷ୍ମାନ ଭାରତ ଯୋଜନା ନିଜ ରାଜ୍ୟରେ ଲାଗୁ କରି ନାହାଁନ୍ତି । ପୂର୍ବରୁ ଓଡ଼ିଶାରେ ଥିବା ବିଜେଡ଼ି ସରକାର ମଧ୍ୟ ଏହି ଯୋଜନାକୁ ଲାଗୁ କରି ନ ଥିଲେ । ଖୁବ୍ ଶୀଘ୍ର ଓଡ଼ିଶାରେ ଯୋଜନା ଲାଗୁ କରାଯିବ ବୋଲି ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।
ଏହାରି ଆଧାରରେ ପ୍ରତି ବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ମିଳିବ । କୌଣସି ବି ବର୍ଗର ଆୟ କରୁଥିବା ବ୍ୟକ୍ତିଙ୍କୁ ଏହି ସୁବିଧାର ଲାଭ ଉଠାଇ ପାରିବେ ।