ଭୁବନେଶ୍ୱର: ରାଜ୍ୟ ଭାରତୀୟ ଜନତା ପାର୍ଟି ଆଜି ପର୍ଯ୍ୟାୟକ୍ରମରେ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି । ବିଭିନ୍ନ ସାଙ୍ଗଠନିକ ଜିଲ୍ଲାଗୁଡ଼ିକୁ ସେମାନଙ୍କର ନୂଆ ମୁଖିଆ ମିଳିଛି । ଏଥିପାଇଁ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଉଛି ଦଳ । ଦଳୀୟ କର୍ମୀଙ୍କ ସର୍ବ ସହମତିରେ ସଭାପତି ଘୋଷଣା କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ଗଞ୍ଜାମ, ବଲାଙ୍ଗୀର, ସୁନ୍ଦରଗଡ଼, ଢେଙ୍କାନାଳ ଭଳି ବିଭିନ୍ନ ଜିଲ୍ଲା ପାଇଁ ସଭାପତି ଘୋଷଣା କରାଯାଇଛି ।
ବହୁ ଦିନ ଧରି ଦଳରେ ସକ୍ରିୟ ଥିବା ନେତା ସରୋଜ ସାବତଙ୍କୁ ଗଞ୍ଜାମ ଜିଲ୍ଲା ସଭାପତିଭାବେ ଦାୟିତ୍ୱ ମିଳିଛି । ସେହିପରି ବଲାଙ୍ଗୀର ଦାୟିତ୍ୱ ଶ୍ରୀବତ୍ସ ବେହେରାଙ୍କ ଦିଆଯାଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାର ଦାୟିତ୍ୱ ଗ୍ରହଣ କରିଛନ୍ତି ଗିରୀଶ ସାହୁ । ସେହିପରି ଢେଙ୍କାନାଳର ରାସବିହାରୀ ବେହେରା, କେନ୍ଦ୍ରାପଡ଼ାର ଶଶାଙ୍କ ଶେଖର ସେଠୀ ଓ ବାଲେଶ୍ୱରର ଈଶ୍ୱର ଚନ୍ଦ୍ର ବେହେରାଙ୍କୁ ସଭାପତି ଭାବେ ଚୟନ କରିଛି ଦଳ । ସୁକାନ୍ତ ଚନ୍ଦ୍ର ବିଶ୍ୱାଳ କଟକ ନଗର ସଭାପତି ହୋଇଥିବାବେଳେ ପୁରୀର ଦେବେନ୍ଦ୍ର ତରାଇ ଓ କଳାହାଣ୍ଡିର ଯୁଗଳ ପୋଢ଼ଙ୍କୁ ସଭାପତି ଦାୟିତ୍ୱ ମିଳିଛି । ମୟୁରଭଞ୍ଜ ( ରାଇରଙ୍ଗପୁର )ର ଜୁରିଲାଲ ମହନ୍ତ ଓ ଦେବଗଡ଼ରେ ଅରୁଣ କୁମାର ସାହୁ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।
ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଘୋଷଣା କରୁଛି ଦଳ । ତେବେ ଦୁଇଟି ପର୍ଯ୍ୟାୟରେ ସଭାପତିଙ୍କ ନାମ ଘୋଷଣା ହେବାକୁ ରହିଥିବାବେଳେ ଆଜି ପ୍ରଥମ ଦିନରେ ୨୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ । ବାକି ୧୪ ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା ହେବ ବୋଲି ଦଳ ପକ୍ଷରୁ ସୂଚନା ରହିଛି ।