ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ନାମ ଘୋଷଣା ହୋଇଛି।ବରିଷ୍ଠ ବିଜେପି ନେତା ସରୋଜ ସାବତଙ୍କୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଭାବେ ଚୟନ କରାଯାଇଛି । ଜିଲ୍ଲାରେ ବିଜେପି ଆଗାମୀ ଦିନରେ ଆହୁରି ମଜଭୁତ ହେବା ସହ ଲୋକଙ୍କ ମନରେ ବିଜେପି ପ୍ରତି ଆହୁରି ଭରସା ବଢୁ ଏହି ଲକ୍ଷ୍ଯ ନେଇ ଶ୍ରୀ ସାବତଙ୍କୁ ଦଳ ଏହି ଦାୟିତ୍ୱ ଦେଇଛି।
ସୂଚନା ଥାଉ କି ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଘୋଷଣା କରୁଛି ଦଳ । ଏଥିପାଇଁ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଉଛି ଦଳ । ଦଳୀୟ କର୍ମୀଙ୍କ ସର୍ବ ସହମତିରେ ସଭାପତି ଘୋଷଣା କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ତେବେ ଦୁଇଟି ପର୍ୟ୍ୟାୟରେ ଘୋଷଣା ହୋଇପାରେ ରାଜ୍ୟ ବିଜେପି ଜିଲ୍ଲା ସଭାପତିଙ୍କ ନାମ । ଆଜି ପ୍ରଥମ ଦିନରେ ଘୋଷଣା ହେଉଛି ୨୩ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ । ପ୍ରଥମ ପର୍ଯ୍ୟାୟରେ ୨୩ ଟି ସାଂଗଠାନିକ ଜିଲ୍ଲାର ଜିଲ୍ଲା ସଭାପତି ନା ଘୋଷଣା ହେବା ପରେ ବାକି ୧୪ ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା ହେବ ବୋଲି ଦଳ ପକ୍ଷରୁ ସୂଚନା ରହିଛି ।