ପିପିଲି ଉପନିର୍ବାଚନ ପାଇଁ ସାନି ନିର୍ବାଚନ ନିର୍ଦ୍ଧାରଣ ହେବ
Khabar Odisha:new-date-declare-for-pipili-by-poll-election

 

ପୁରୀ,୧୪ଏପ୍ରିଲ(ଖବର ଓଡିଶା); ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଆଜି କରୋନାରେ ମୃତ୍ୟୁ ପରେ ଆଶନ୍ତା ୧୭ ତାରିଖରେ ହେବାକୁ ଥିବା ଉପନିର୍ବାଚନ ବନ୍ଦ କରାଯାଇ ନିର୍ବାଚନ ପାଇଁ ପୁଣି ଏକ ସାନି ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନ ସୁଶୀଲ ଲହୋନୀ କହିଛନ୍ତି । ଆଜି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ପରେ ଏକ ନୁତନ ତାରିଖରରେ ଉପନିର୍ବାଚନ ହେବ ବୋଲି ସ୍ପଷ୍ଟ ହୋଇଯାଇଛି ।

ତେବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅନ୍ୟ ସଦସ୍ୟଙ୍କର ପ୍ରାର୍ଥୀପତ୍ର କଏମ ରିହିବା ବେଳେ କଂଗ୍ରେସ ପାଇଁ ନୁତନ ପ୍ରର୍ଥୀ ଦେବାକୁ ସୁଯୋଗ ମିଳିବ । ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ଅଜିତ ମଙ୍ଗରାଜ ନିର୍ବାଚନ ଲଢିଥିଲା ବେଳେ ତାଙ୍କ ନେତୃତ୍ୱରେ କଂଗ୍ରେସ ପିପିଲିରେ ଅତି ଦୁର୍ବଳ ପ୍ରଦର୍ଶନ କରିଥିଲା । ତେବେ କଂଗ୍ରେସ ଦଳ ଉପନିର୍ବାଚନରେ ତାଙ୍କ ଉପରେ ପୁଣି ଆସ୍ଥା ଦେଖାଇଥିଲା ବେଳେ ନିର୍ବାଚନୀ ପ୍ରଚାର ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇ ଆଜି ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନରେ ମୃତ୍ୟୁ ବରଣ କରିଛନ୍ତ ।

ଆଜି ଅପରାହ୍ନରେ ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ଖବର ଆସିବା ପରେ ରାଜ୍ୟର ବିଭିନ୍ନ ନେତା ତୁରନ୍ତ ଡାକ୍ତରଖାନ ପରିଷରରେ ପହଂଚି ଶୋକଶନ୍ତପ୍ତ ପରିବାରକୁ ଆସ୍ୱାସନା ଦେଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ଆଦି ନେତାବୃନ୍ଦ ଶୋକ ପ୍ରକାଶ କରିଥିଲେ । ପିପିଲି ନିର୍ବାଚନ ମଣ୍ଡଳିରେ ସେ ଜଣେ ଲୋକପ୍ରିୟ ନେତା ଥିଲେ, ତାଙ୍କର ମୃତ୍ୟୁରେ ପିପିଲି-ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

  • Tags:

Subscribe

National International State Sports Entertainment