ମୁମ୍ବାଇ: ଏନସିପି(ଏସପି) ନେତା ଶରଦ ପାୱାରଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୁଣେର ରୁବୀ ହୋଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଳାରେ ସଂକ୍ରମଣ କାରଣରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣପାଡ଼ିଛି ।
ଆଜି ମହାରାଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ତେର ଦିନ କାର୍ଯ୍ୟକ୍ରମ ଥିଲା । ବାରମତୀର କାଠେୱାଡ଼ୀରେ କ୍ରିୟାକର୍ମ କରାଯାଉଛି । ପୁତୁରାଙ୍କ କର୍ମରେ ଯୋଗ ଦେବାକୁ ଶରଦ ପାୱାର ବାରାମତୀ ଯାଇଥିଲେ । ଗତ କିଛି ଦିନ ତଳୁ ସେ ଜ୍ୱର, କାଶ ଏବଂ ଗଳାରେ କଷ୍ଟ ଅନୁଭବ କରୁଥିଲେ । ମାତ୍ର ଆଜି ସକାଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ପୁଣେର ରୁବୀ ହୋଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ପକ୍ଷରୁ ମଧ୍ୟ ଶରଦ ପାୱାରଙ୍କ ଭର୍ତ୍ତି ନେଇ ଆନୁଷ୍ଠାନିକ ସୂଚନା ପ୍ରଦାନ କରାଯାଇଛି । ହସ୍ପିଟାଲରେ ତାଙ୍କ ଝିଏ ତଥା ଏନସିପି (ଏସପି) ସାଂସଦ ସୁପ୍ରିୟା ସୁଲେ ଏବଂ ଜ୍ୱାଇ ସଦାନନ୍ଦ ସୁଲେ ଉପସ୍ଥିତ ଅଛନ୍ତି ।
ପ୍ରକାଶ ଯୋଗ୍ୟ, ଜାନୁୟାରୀ ୨୮ ତାରିଖରେ ଶରଦ ପାୱାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା । ତାଙ୍କ ପରେ ପତ୍ନୀ ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପୁତୁରାଙ୍କ ନିଧନ ପରଠାରୁ ଶରଦ ବିଭିନ୍ନ ସାର୍ବଜନୀକ କାର୍ଯ୍ୟକ୍ରମରେ ଲଗାତର ବ୍ୟସ୍ତ ରହୁଥିଲେ । ଯାହା ଫଳରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିଥିବା କୁହାଯାଉଛି ।