ସେମାନେ ଆପଣଙ୍କ ଘରେ ପଶିବେ, ଝିଅଙ୍କୁ ବଳାତ୍କାର କରିବେ, ମାରିବେ- ଶାହୀନବାଗକୁ ନେଇ ଟାର୍ଗେଟ କଲେ ପ୍ରବେଶ ଶର୍ମା
Khabar Odisha:national-odisha-bjp-mp-parvesh-verma-threatens-shaheen-bagh-protesters-says-protest-will-end-in-one-hour
ନୂଆଦିଲ୍ଲୀ, ଜାନୁଆରୀ ୨୮ (ଖବର ଓଡ଼ିଶା) :

ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାର ସମୟରେ ପ୍ରାୟ ସମସ୍ତେ ଶାହୀନବାଗକୁ ନେଇ ଭୋଟ ଗୋଟାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ଏନେଇ ଗୃହମନ୍ତ୍ରୀ ଅମିତ ଶାହା ଶାହୀନବାଗକୁ ନେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଶାହୀନବାଗ ଧାରଣା ବନ୍ଦ କରାଇବା ଉଚିତ୍। ଏବେ ପଶ୍ଚିମ ଦିଲ୍ଲୀର ସାଂସଦ ପ୍ରବେଶ ଶର୍ମା ଶାହୀନବାଗଙ୍କ ତୁଳନା କାଶ୍ମୀର ସହ କରିଛନ୍ତି। ସେ କହିଛନ୍ତି ଯେ, ଯଦି ବିଜେପି ଶାସନରେ ଆସିବ ତେବେ ୧ ଘଣ୍ଟା ମଧ୍ୟରେ ଶାହୀନବାଗ ଖାଲି କରି ଦିଆଯିବ। 

ବର୍ମା କହିଛନ୍ତି ଯେ, ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିଶୋଦିଆ କହିଯଛନ୍ତି ଯେ, ଆମେ ଶାହୀନବାଗ ସହ ଅଛୁ। ଦିଲ୍ଲୀର ଜନତା ଜାଣିଛନ୍ତି ଯେ, କିଛି ବର୍ଷ ପୂର୍ବେ କାଶ୍ମୀରରେ ଏହି ନିଆଁ ଲାଗିଥିଲା। ସେହି ସମୟରେ କାଶ୍ମୀର ପଣ୍ଡିତଙ୍କ ଝିଅ-ବୋହୂଙ୍କୁ ବଳାତ୍କାର କରାଯାଉଥିଲା। ଏହା ପରେ ଏହି ନିଆଁ ୟୁପି, ହାଇଦ୍ରାବାଦ, କେରଳରେ ଲାଗିଥିଲା। ଆଜି ସେହି ନିଆଁ ଦିଲ୍ଲୀର ଏକ କୋଣରେ ଲାଗିଛି। ସେଟାରେ ଲକ୍ଷ ଲକ୍ଷ ଲୋକ ଏକାଠି ହେଉଛନ୍ତି। ସେହି ନିଆଁ ଦିଲ୍ଲୀର ଘର ଯାଏଁ ପହଁଚିଯିବ। ଦିଲ୍ଲୀର ଲୋକମାନଙ୍କୁ ବୁଝିସୁଝି ନିଷ୍ପତ୍ତି ନେବା ଉଚିତ୍। ଏହି ଲୋକମାନେ ଆପଣଙ୍କ ଘରେ ପଶିବେ, ଆପଣଙ୍କ ବୋହୂ-ଝିଅଙ୍କୁ ବଳାତ୍କାର କରିବେ, ତାଙ୍କୁ ମାରିବେ। ଏଥିପାଇଁ ଆଜି ସମୟ ଆସିଛି। କାଲି ମୋଦୀ ଏବଂ ଅମିତ ଶାହା ଆସିବେନି ବଞ୍ଚେଇବାକୁ। 

ବିଜେପି ସାଂସଦ କହିଛନ୍ତି ଯେ, ଶାହୀନବାଗରେ କିଏ ବିରୋଧ ପ୍ରଦର୍ଶନ କରୁଛି ଏବଂ କିଏ ଏଥିରେ ସାଥ ଦେଉଛି ତାହା ସମସ୍ତଙ୍କୁ ଜଣା। ଯଦି ବିଜେପି ଶାସନରେ ଆସିବ ତେବେ ଆମେ ଏକ ଘଣ୍ଟା ମଧ୍ୟରେ ଶାହୀନବାଗ ଖାଲି କରିଦେବୁ। 

Subscribe

National International State Sports Entertainment