୪୦ ହଜାର କୋଟି ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀର ଡ୍ରାମା କରିଥିଲେ ଫଡନଭିସ୍- ଅନନ୍ତ କୁମାର ହେଗଡେ
Khabar Odisha:national-odisha-ananth-hegde-says-fadnavis-does-drama-of-chief-minister-to-send-40-thousand-crores-back-to-centre
ମୁମ୍ଵାଇ, ଡିସେମ୍ଵର ୦୨ (ଖବର ଓଡିଶା) :

 କର୍ଣ୍ଣାଟକର ଉତ୍ତର କନ୍ନଡ ଲୋକସଭା ଆସନରୁ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ନେଇ ଏକ ଖୁଲାସା କରିଛନ୍ତି। ସେ ଦାବି କରିଛନ୍ତି ଯେ, କେନ୍ଦ୍ରର ୪୦ ହଜାର କୋଟି ଟଙ୍କାର ଫଣ୍ଡ ରକ୍ଷା କରିବାକୁ ଯାଇ ଦେବେନ୍ଦ୍ର ଫଡନଭିସ୍ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହେବାର ଡ୍ରାମା କରିଥିଲେ। 

ହେଗଡେ କହିଛନ୍ତି ଯେ, ଆପଣମାନେ ଚିନ୍ତା କରୁଥିବେ ଆମ ଲୋକ ମହାରାଷ୍ଟ୍ରରେ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇ କଣ ପାଇଁ ଇସ୍ତଫା ଦେଲେ। ସେ ଏଭଳି ନାଟକ କଣ ପାଇଁ କଲେ। ଆମେ ଜାଣିଥିଲୁ ଆମ ପାଖରେ ବହୁମତ ନଥିଲା। ତଥାପି ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାର ଉତ୍ତର ହେଉଛି ମୁଖ୍ୟମନ୍ତ୍ରୀଙ୍କ ପାଖରେ କେନ୍ଦ୍ରର ୪୦ ହଜାର କୋଟିର ଫଣ୍ଡ ଥିଲା। ଯଦି କଂଗ୍ରେସ, ଏନସିପି ଏବଂ ଶିବସେନାର ଶାସନ ଆସିଥାନ୍ତା ତେବେ ୪୦ ହଜାର କୋଟିର ଦୂରୁପଯୋଗ କରାଯାଇଥାନ୍ତା। କେନ୍ଦ୍ର ସରକାରଙ୍କ ଅର୍ଥକୁ ବିକାଶ କାର‌୍ୟ୍ୟରେ ବିନିଯୋଗ କରିବା ପାଇଁ ଆମେ ଏଭଳି ଡ୍ରାମା କରିଥିଲୁ। 

ହେଗଡେ ପୁଣି କହିଛନ୍ତି ଯେ, ବିଜେପି ବହୁ ପୂର୍ବରୁ ଏହି ଯୋଜନା କରିଥିଲା। ଏହି କାରଣରୁ ଏଭଳି ନାଟକ ହୋଇଥିଲା। ଫଡନଭିସ୍ ମୁଖ୍ୟମନ୍ତ୍ରୀ ପଦବୀରେ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ କରିବାର ୧୫ ଘଣ୍ଟା ମଧ୍ୟରେ ଫଡନଭିସ୍ ସେହି ଅର୍ଥକୁ କେନ୍ଦ୍ରକୁ ଫେରାଇ ଦେଇଥିଲେ।

Subscribe

National International State Sports Entertainment