ଭୁବନେଶ୍ୱର: ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ କଂଗ୍ରେସ ପୂର୍ବତନ ନେତା ମହମ୍ମଦ ମୋକିମ ବଡ଼ ସୂଚନା ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଗଠନ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ମୋକିମ ।
ଖୁବ ଶୀଘ୍ର ମହମ୍ମଦ ମୋକିମ ନିଜର ଦଳ ଗଠନ କରିବେ । ସେ କହିଛନ୍ତି ଯେ ଏକ ବଡ଼ କାର୍ୟ୍ୟକ୍ରମ ପାଇଁ ପରାମର୍ଶ, ସମାବେଶ ଓ ବହୁତ କାର୍ୟ୍ୟକ୍ରମ ହାତକୁ ନେବାର ଆବଶ୍ୟକତା ରହିଛି । ତେଣୁ ପର୍ଯ୍ୟାୟ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ନୂଆ ଦଳର ଭିତ୍ତି ପ୍ରସ୍ତର ସ୍ଥାପନ ହେବ । ଏହା ପୂର୍ବରୁ ଆସନ୍ତା ୧୨ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ମୋକିମ ଏକ ବିଶାଳ ଯୁବ ସମାବେଶ କରିବେ । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୁବ ବର୍ଗ ସାମିଲ ହେବେ । ବିଶେଷକରି ଉପକୂଳ ଓଡ଼ିଶାର ଯୁବବର୍ଗ ସାମିଲ ହେବେ । ଏହି ସମାବେଶରେ ମୋକିମ ନିଜର ପତିଆରା ଦେଖାଇବେ କରିବେ । ପରବର୍ତ୍ତୀ ସମୟରେ ଚାଷୀ ଏବଂ ମହିଳା ସମାବେଶର ମଧ୍ୟ ଆୟୋଜନ କରାଯିବ । ମାର୍ଚ୍ଚ ମାସ ସୁଦ୍ଧା ଏକ ନୂଆ ଦଳ ମୁଣ୍ଡ ଟେକିବ ବୋଲି ମୋକିମ ସ୍ପଷ୍ଟ କରିଦେଇଛନ୍ତି ।