ଆଦିତ୍ୟ ଠାକ୍‌ରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ କୌଣସି ଆପତ୍ତି ନାହିଁ: ଫଡ଼୍‌ନାଭିସ୍‌
Khabar Odisha:devendra-fadnavis-comments-over-vice-cm-candidature-aaditya-thackeray
ମୁମ୍ବାଇ, ଅକ୍ଟୋବର ୧୪ (ଖବର ଓଡ଼ିଶା):

ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦେବେନ୍ଦ୍ର ଫଡ଼୍‌ନାଭିସ୍‌ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ମନରେ ଆଶା ବାନ୍ଧି ବସିଛନ୍ତି । ଯଦି ସେ ଚଳିତ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ସନିଶ୍ଚିତ । କିନ୍ତୁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟ ଠାକ୍‌ରେ ଉପମୁଖ୍ୟମନ୍ତ୍ରୀ ହେଲେ ତାଙ୍କର କୌଣସି ଦ୍ୟୁଧା ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ।

ସୋମବାର ଏକ ଟିଭି ଚ୍ୟାନେଲ୍‌ରେ କାର୍ଯ୍ୟକ୍ରମରେ ଫଡ଼୍‌ନାଭିସ ଯୋଗ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ବିଜେପି ଊ ଶିବସେନାର ଅତୁଟ ମହାଗଠବନ୍ଧନ ଏବଂ ଦୁଇ ଜଣ ଏକାଠି ନିର୍ବାଚନ ଲଢ଼ୁଛନ୍ତି । ସେ କେବଳ ବିଜେପିର ଆଶାୟୀ ନୁହେଁ ବରଂ ଶିବସେନାର ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ । ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଦେବେନ୍ଦ୍ର କହିଛନ୍ତି ।

ସେହିପରି ପିଏମ୍‌ସି ବ୍ୟାଙ୍କ ଦୁର୍ନୀତି ମାମଲା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଲୋକଙ୍କ କ୍ରୋଧ ଉଚିତ ଅଟେ । ମୋ ଦ୍ୱାରା ଯାହା ସମ୍ଭବ କରିବାକୁ ଚେଷ୍ଟା କଲି । ଆଗକୁ ମଧ୍ୟ ଏହି ଦୁର୍ନୀତିରେ ଜଡ଼ିତ ଥିବା କୌଣସି ଦୋଷୀଙ୍କୁ ଛଡ଼ା ଯିବ ନାହିଁ । ଫଡ଼୍‌ନାଭିସ୍‌ ପୂର୍ବରୁ କହିଥିଲେ ଯେ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଥିବାରୁ ସେ ଏହି ମାମଲାରେ କୌଣସି ଆଶ୍ୱାସନା ଦେଇ ପାରୁ ନାହାଁନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିବେ ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଓ ଶିନସେନା ମିଳିତଭାବେ ଏନ୍‌ସିପି ଓ କଂଗ୍ରେସ ସହିତ ଲଢ଼ୁଛନ୍ତି । ମୋଟ ୨୮୮ଟି ଆସନରୁ ଶିବସେନା ୧୨୬ ଓ ବିଜେପି ୧୪୮ଟି ଆସନରେ ଲଢ଼ୁଥିବାବେଳେ ଅନ୍ୟ ଦଳଙ୍କୁ ୧୪ଟି ଆସନ ମିଳିଛି । ବିଜେପି ପକ୍ଷରୁ ପୁଣି ଥରେ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି ।  

  • Tags:

Subscribe

National International State Sports Entertainment