ଭୁବନେଶ୍ୱର: ପ୍ରଥମ ଥର ପାଇଁ ଶପଥ ନେଇଥିବା ମୋଦୀ ସରକାରଙ୍କ ସଫଳତା ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବା । ଏକ ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ସାରା ଦେଶରେ ଖେଳିଯାଇଥିବା ନକରାତ୍ମକ ଭାବନା ବଦଳରେ ଆଶାର ଆଲୋକ ଖେଳିଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ସରକାର ଏକ ବର୍ଷ ପୂର୍ତ୍ତି ରିପୋର୍ଟ କାର୍ଡ ଦେବା ବେଳେ ମୋଦୀ ସରକାରଙ୍କ ୧୧ ବର୍ଷର ସଫଳତା ମଧ୍ୟ ବଖାଣିଛନ୍ତି ।
ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସ୍ଵାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ଏହି ଦିନ, ଦେଶର ସବୁଠାରୁ ଲୋକପ୍ରିୟ ଜନନାୟକ ମାନନୀୟ ନରେନ୍ଦ୍ର ମୋଦୀ ଜୀ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ଗତକାଲି ମୋଦୀ ଜୀଙ୍କ ଦ୍ଵାରା ନେତୃତ୍ଵାଧୀନ ସରକାର ସଫଳତାର ସହିତ ୧୧ ବର୍ଷ ପୁରା କରିବା ସହିତ ତୃତୀୟ ପାଳିର ପ୍ରଥମ ବାର୍ଷିକୀ ପୂରଣ କରିଥିଲା। ୨୬, ମେ’ ୨୦୧୪ରେ ପ୍ରଥମ ଥର ପାଇଁ ଶପଥ ନେଇଥିବା ମୋଦୀ ସରକାରଙ୍କ ସଫଳତା ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ରଚିତ ହୋଇରହିବ । ଏକ ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ସାରା ଦେଶରେ ଖେଳିଯାଇଥିବା ନକରାତ୍ମକ ଭାବନା ବଦଳରେ ଆଶାର ଆଲୋକ ଖେଳିଯାଇଥିଲା।
ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ୧୧ ବର୍ଷର ସଫଳତାର ତାଲିକା ଅନେକ । କିନ୍ତୁ, ସଂକ୍ଷେପରେ କହିଲେ ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାରେ ଅଭୁତପୂର୍ବ ପରିବର୍ତ୍ତନ ଆସିଥିଲା, ଦେଶ ପାଇଁ ତଥା ବ୍ୟକ୍ତିଗତ ସ୍ତରରେ। ଆମ ପାଇଁ ଦେଶ ହେଉଛି ସର୍ବୋପର। ସବୁଠାରୁ ବଡ ଉଲ୍ଲେଖନୀୟ ସଫଳତା ହେଉଛି, ଧାରା ୩୭୦ ଉଚ୍ଛେଦ, ନାରୀ ଶକ୍ତି ବନ୍ଦନ ଅଧିନିୟମ, ତିନ୍ ତଲାକ ଉଚ୍ଛେଦ, ଏକକ GST ର ପ୍ରଚଳନ, କୋଭିଡ ବିରୁଦ୍ଧରେ ଲୋକଙ୍କୁ ସୁରକ୍ଷିତ ରଖିବା ମହତ୍ତ୍ୱପୂର୍ଣ୍ଣ।
ସେହିପରି ଆଉ ଏକ ସଫଳତା ହେଉଛି ବିଶ୍ଵ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁସାରେ ୧୩ ବର୍ଷ ମଧ୍ୟରେ ଦେଶରେ ଅତ୍ୟଧିକ ଦାରିଦ୍ର୍ୟରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ୨୭.୧ ପ୍ରତିଶତ ରୁ ୫.୩ ପ୍ରତିଶତକୁ ହ୍ରାସ ପାଇଛି ଅର୍ଥାତ ଏହି ସମୟ ଭିତରେ ପ୍ରାୟ ୨୭ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ତାଡନାରୁ ମୁକ୍ତ ହୋଇଛନ୍ତି ।
ବିଭିନ୍ନ ଯୋଜନା ଯେପରିକି ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ଵଚ୍ଛ ଭାରତ ଯୋଜନା, ନୂତନ ଶିକ୍ଷା ନୀତି, ଜନଧନ ଯୋଜନା, ବେଟି ବଚାଓ ବେଟି ପଢାଓ ଇତ୍ୟାଦି ଦେଶର ସାଧାରଣ ଜନତାଙ୍କ ସାମାଜିକ ଓ ରାଜନୈତିକ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିଛି।
ତୃତୀୟ ପାଳିର ପ୍ରଥମ ବର୍ଷର ଶେଷରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଛି । ଦେଶର ଇତିହାସରେ ଏକ ‘ନୂଆ ଅଧ୍ୟାୟ’ ଯୋଡା ହୋଇଛି । ଦେଶରେ ଆତଙ୍କବାଦର କଡା ଜବାବ ଦେବା ଯାଇ ପାଇଁ ଗତ ପଚାଶ ବର୍ଷରେ ଇତିହାସ ସୃଷ୍ଟି କରି ପଡୋଶୀ ଦେଶ ଭିତରେ ପଶି ଆତଙ୍କବାଦକୁ ସଫା କରିବା ପାଇଁ ‘ଅପରେସନ ସିନ୍ଦୁର’ ପାଇଁ ମାନନୀୟ ମୋଦୀ ଜୀ ନିର୍ଣ୍ଣୟ ନେଇଥିଲେ । ଆଜି ସାରା ବିଶ୍ବରେ ଭାରତ ଆତଙ୍କବାଦ ବିରୁଦ୍ଧରେ ଲଢେଇ ପାଇଁ ସବୁଠାରୁ ଆଗରେ। ‘ଅପରେସନ ସିନ୍ଦୁର’ କେବଳ ଏକ ନାଁ ନୁହେଁ, ଏହା ଦେଶର ସୁରକ୍ଷା ତଥା ଭାରତର କୋଟିକୋଟି ମାତା ଏବଂ ଭଉଣୀଙ୍କ ପାଇଁ ସମ୍ମାନର ଗ୍ୟାରେଣ୍ଟି। ତେଣୁ, ଆଜି ସାରା ଦେଶରେ ‘ମୋଦୀ ହୈ, ତୋ ମୁମକିନ ହୈ’ ଗୁଞ୍ଜରିତ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।