ଭୁବନେଶ୍ୱର: କଂଗ୍ରେସ ଦେଖାଦେଖି ବିଜୁ ଜନତା ଦଳ ମଧ୍ୟ ଆକ୍ସନ ମୁଡ୍ କୁ ଆସିଛି । ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇଥିବା ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ବିଧାୟକ ସୌଭିକ ବିଶ୍ୱାଳ, ଦେବୀ ରଞ୍ଜନ ତ୍ରିପାଠୀ, ନବ କିଶୋର ମଲ୍ଲିକ, ଚକ୍ରମଣି କହଁର, ରମାକାନ୍ତ ଭୋଇ ଏବଂ ସୁବାସିନୀ ଜେନାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ୨୨ ତାରିଖ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗତକାଲି ପ୍ରଥମେ କଂଗ୍ରେସ ଦଳ ତାର ୩ ଜଣ ବିଧାୟକ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଓ ଦାଶରଥି ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରିଛି । କ୍ରସ୍ ଭୋଟିଂ କରିବା ଅଭିଯୋଗ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ସେମାନଙ୍କୁ ବହିଷ୍କାର କରାଯିବ ସହିତ ସଭ୍ୟପଦ ରଦ୍ଦ ପାଇଁ ସୁପାରିଶ କରାଯିବ ବୋଲି ପିସିସି ସଭାପତି ଚେତାବନୀ ଦେଇଛନ୍ତି ।