ଭୁବନେଶ୍ୱର: ଦୀର୍ଘ ଦିନ ପରେ ଶେଷରେ ୱକଫ୍ ସଂଶୋଧିତ ବିଲକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ବିଜେଡ଼ି ସାଂସଦ ସୁଲତା ଦେଓ । ସେ ୱକଫ୍ ସପକ୍ଷରେ ଭୋଟ୍ ଦେଇଥିବା କହିଛନ୍ତି ।
ବିଜେଡ଼ି ସାଂସଦ ସୁଲତା ଦେଓ କହିଛନ୍ତି, ସେ ୱକ୍ଫ ସଂଶୋଧନ ସପକ୍ଷରେ ଭୋଟ୍ ଦେଇଛନ୍ତି । ମୋର ନେତା ବିବେକ ଅନୁମୋଦିତ ଭୋଟ୍ ଦେବାକୁ କହିଥିଲେ । ଆମେ ୪ ଜଣ ବୋଧ ହୁଏ ସପକ୍ଷରେ ଭୋଟ୍ ଦେଇଛୁ । କିନ୍ତୁ ଭୋଟିଂ ବେଳେ ଜଣେ ଅନୁପସ୍ଥିତ ଥିବାବେଳେ ୨ ଜଣ ବୋଧେ ବିପକ୍ଷରେ ମତ ଦେଇଛନ୍ତି ବୋଲି ଅନୁମାନ କରିଛନ୍ତି ସୁଲତା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୱକଫକୁ ନେଇ ବିଜେଡ଼ି ଭାଗ ଭାଗ ହୋଇଯାଇଛି । ସାଂସଦ ମୁନା ଖାଁ ବିଲ୍ ବିପକ୍ଷରେ ଭୋଟ୍ ଦେଇଥିଲେ । ଅନ୍ୟପକ୍ଷରେ ସାଂସଦ ସସ୍ମିତ ପାତ୍ର ସପକ୍ଷରେ ମତ ଦେଇଥିଲେ । କିନ୍ତୁ ଦେବାଶିଷ ସାମନ୍ତରାୟ ଭୋଟ୍ ଦେଇ ନ ଥିଲେ ।