ରାଜ୍ୟରେ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା ହୋଇଛି। ପରୀକ୍ଷା ଦେଇଥିବା ସମସ୍ତ ପରିକ୍ଷାର୍ଥୀ ପ୍ରିଲିମ୍ ପାସ୍ ହୋଇଛନ୍ତି। ଏନେଇ OSSSC ପକ୍ଷରୁ ସୂଚନା ଜାରି ହୋଇଛି। ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ହୋଇଥିଲା ପ୍ରିଲିମନାରୀ ପରୀକ୍ଷା। ତେବେ ପରୀକ୍ଷା ଦେଇଥିବା ସମସ୍ତେ ଏବେ ମେନ୍ ପରୀକ୍ଷା ଦେଇପାରିବେ । କେବଳ ପ୍ରିଲିମ୍ ରେ କପି କରି ଧରାପଡ଼ିଥିବା ୯ ଜଣ ମେନ୍ ଦେଇପାରିବେନି । ତେବେ ମୁଖ୍ୟ ପରୀକ୍ଷା କେବେ ହେବ ତାହା ପରେ ସୂଚନା ଦିଆଯିବ ବୋଲି OSSSC ପକ୍ଷରୁ କୁହାଯାଇଛି।