ନୂଆଦିଲ୍ଲୀ: ଏଆଇଏମଆଇଏମ ପ୍ରମୁଖ ତଥା ହାଇଦ୍ରାବାଦର ସାଂସଦ ଅସଦୁଦ୍ଦୀନ ଓୱେସୀ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଉପରେ ଜବରଦସ୍ତ ହମଲା କରିଛନ୍ତି । ନିଜାମାବାଦରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଓୱେସୀ ତାଙ୍କୁ ୨ ଟଙ୍କିଆ ଭିକାରୀ ବୋଲି କହିଛନ୍ତି ।
ଏହି ବିବାଦୀୟ ବୟାନ ସେହି ସମୟରେ ଆସିଛି, ଯେବେ ଓୱେସୀ ମଞ୍ଚରେ ଥିବା ଜନତାଙ୍କୁ ଦୁଇ ଟଙ୍କିଆ କଏନ ମାଗିବା ସହ ତାକୁ ଉପରକୁ ଫିଙ୍ଗି ଆସାମର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କରି ଭାଷାରେ ଜବାବ ଦେଇଛନ୍ତି । ଏହି ପୂରା ଘଟଣା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଦ୍ୱାରା ନିକଟରେ ଦିଆଯାଇଥିବା ଏକ ବୟାନକୁ ନେଇ ଘଟିଛି । ଓୱେସୀ ଏହି ମଞ୍ଚରେ ହିମନ୍ତଙ୍କୁ ଶାଣିତ ସ୍ୱରରେ ହମଲା କରିଛନ୍ତି ।
ଓୱେସୀ ମୁଦ୍ରାକୁ ଉପରକୁ ଫିଙ୍ଗି କହିଛନ୍ତି, ଏହା ହେଉଛି ଦୁଇ ଟଙ୍କିଆ କଏନ । ଆସାମର ମୁଖ୍ୟମନ୍ତ୍ରୀ କହୁଛନ୍ତି, ଯଦି ସେଠକାର ମିଆଁ ମୁସଲମାନ ଅଟୋରେ କାହାକୁ ବସାଇ ନେଉଛନ୍ତି ଏବଂ ୫ ଟଙ୍କା ଅଟୋ ଭଡା ହେଉଛି ତେବେ ସେଥିରୁ କମ ଟଙ୍କା ଦିଅନ୍ତୁ । ଏହା ଉପରେ ଓୱେସୀ ଆକ୍ଷେପ କରି କହିଛନ୍ତି, ଯଦି କୌଣସି ଅଟୋ ଡ୍ରାଇଭର ମିଆଁ ମୁସଲମାନ, ତେବେ ତାଙ୍କୁ ନିର୍ଦ୍ଧାରିତ ମୂଲ୍ୟଠୁ କମ ପଇସା ଦିଅ ।
ଯଦି ଭଡା ୫ ଟଙ୍କା ତେବେ ୪ ଟଙ୍କା ଦିଅ । ଏହି ହିସାବରେ ହିମନ୍ତ ବିଶ୍ୱ ଶର୍ମା ମୁଁ ତୁମକୁ ୨ ଟଙ୍କା ଦେଉଛି ତୁମେ କଣ ନେବ ? ମୋତେ ଜଣା ତୁମେ ଦୁଇ ଟଙ୍କିଆ ଭିକାରୀ । କଣ ମୁଁ ଏହି ଦୁଇ ଟଙ୍କା ତୁମ ଆକାଉଣ୍ଟକୁ ଟ୍ରାନ୍ସଫର କରିବି । ଓୱେସୀ କହିଛନ୍ତି, ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ ।
Also read: ଭୋଟର ତାଲିକାରେ ନାଁ କେମିତି ଆସିଲା ? କୋର୍ଟରେ ଜବାବ ଦାଖଲ କଲେ ସୋନିଆ ଗାନ୍ଧୀ