ଶେଷ ପର୍ଯ୍ୟାୟରେ ପଦ୍ମପୁର ଉପନିର୍ବାଚନ ପ୍ରସ୍ତୁତି | ସଜାଯାଉଛି ଭୋଟ କେନ୍ଦ୍ର | ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ଅନୁଷ୍ଠିତ ହେବ ଭୋଟ ଗ୍ରହଣ | ତା ପୂର୍ବରୁ ଭୋଟ ଗ୍ରହଣ କେନ୍ଦ୍ରରେ ଚାଲିଛି ଅନେକ ପ୍ରସ୍ତୁତି | ମୋଟ୍ ୩୧୯ ବୁଥ୍ ରେ ଭୋଟ ଗ୍ରହଣ କରାଯିବ ମାତ୍ର ସେଥିମଧ୍ୟରୁ ୭୪ଟି ବୁଥ ମାଓପ୍ରବଣ ଅଂଚଳରେ ଥିବାରୁ ସୁରକ୍ଷାବାହିନୀର ପ୍ରସ୍ତୁତି ଜୋରସୋରରେ ଚାଲିଛି | ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ସରିବ | ନିରପେକ୍ଷ ଓ ଶୃଙ୍ଖଳିତ ମତଦାନ ପାଇଁ ପ୍ରଶାସନର ଅପିଲ୍ । ଶନିବାର ଅପରାହ୍ନ ୪ଟାରୁ ପ୍ରଚାର ବନ୍ଦ ରହିଛି । ନେତା ଓ କର୍ମୀଙ୍କୁ ତୁରନ୍ତ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ଜିଲ୍ଲାପାଳ ଅପିଲ କରିଥିଲେ । ନିର୍ବାଚନମଣ୍ଡଳୀରେ ମୋଟ ୩୧୯ଟି ବୁଥରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିବେ |
ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବ୍ଲକରେ ୨ଟି ଲେଖାଏଁ ମୋଟ୍ ୬ଟି ପିଙ୍କ ବୁଥ୍ ଓ ୧୫ଟି ଆଦର୍ଶ ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଉପନିର୍ବାଚନରେ ମୋଟ୍ ୬୬୭ଟି ଗାଡ଼ି ବ୍ୟବହାର ହେବ । ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆର୍ପିଏଫ୍, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ପ୍ରଶାସନ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ।