କରୋନା ଆତଙ୍କ, ବାତିଲ ହେଲା ବିଧାନସଭାର ବିଭିନ୍ନ କମିଟି ବୈଠକ
Khabar Odisha:Various-meetings-of-the-Legislative-Assembly-were-canceled-Due-to-Corona
ଭୁବନେଶ୍ୱର, ଜୁଲାଇ ୦୬ (ଖବର ଓଡ଼ିଶା):

ରାଜ୍ୟରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି, ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇ ବଢି ଚାଲିଛି । ଜୁଲାଇ ମାସ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର ବାରମ୍ବାର କହିଛନ୍ତି । ଏବେ ସଂକ୍ରମଣରେ ଭାରତ ପୃଥିବୀରେ ୩ୟ ସ୍ଥାନ ଅଧିକାର କରିଛି । ରାଜ୍ୟରେ ମଧ୍ୟ ସଂକ୍ରମଣ ବଢିଚାଲିଛି ।
ଗତମାସରେ ବିଧାନସଭାର ବିଭିନ୍ନ କମିଟି ମିଟିଂ ପାଇଁ ଅନୁମତି ଦେଇଥିଲେ ହେଲେ କରୋନା ସ୍ଥିତିକୁ ଦେଖି ସବୁ ବୈଠକ ବାତିଲ କରିବା ନେଇ ଗତକାଲି ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
ବିଧାନସଭା ମାର୍ଚ୍ଚ ୩୦ ତାରିଖରେ ହୋଇଥିଲା । ଆଉ ୬ ମାସ ଭିତରେ ଆଉ ଥରେ ହେବା କଥା । ଏନେଇ ଲୋକସଭା ବାଚସ୍ପତି ଓ ରାଜ୍ୟପାଳଙ୍କ ସହ ସେ କଥା ହୋଇଛନ୍ତି ବୋଲି ସେ କହିଛନ୍ତି । ସମସ୍ତଙ୍କ ମତକୁ ଅପେକ୍ଷା କରିଛୁ । ମତାମତ ମିଳିଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।

  • Tags:

Subscribe

National International State Sports Entertainment