ଆମେରିକାର ରାଷ୍ଟ୍ରପତି ନିର୍ବାଚନ, ହିଲାରୀ କ୍ଲିଣ୍ଟନଙ୍କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ
ୱାଶିଂଟନ, ସେପ୍ଟେମ୍ୱର ୧ (ଖବର ଓଡ଼ିଶା):

ଆସନ୍ତା ମାସରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଧାର୍ଯ୍ୟ କରାଯାଇଛି। ଏଭଳି ପରିସ୍ଥିତିରେ ରିପବ୍ଲିକ ଏବଂ ଡେମୋକ୍ରାଟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଉଭୟ ପକ୍ଷ ଭୋଟରଙ୍କୁ ସେମାନଙ୍କ ସପକ୍ଷରେ ଆଣିବାକୁ ଚେଷ୍ଟା କରୁଛନ୍ତି। ଡେମୋକ୍ରାଟ୍ ନେତା ତଥା ଆମେରିକାର ପୂର୍ବତନ ପ୍ରଥମ ମହିଳା ହିଲାରୀ କ୍ଲିଣ୍ଟନ ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। 65 ଦିନ ମଧ୍ୟରେ ଟ୍ରମ୍ପଙ୍କୁ କ୍ଷମତାରୁ ବେଦଖଲ କରିବାକୁ ସେ ନାଗରିକମାନଙ୍କୁ କହିଛନ୍ତି।

ହିଲାରୀ କ୍ଲିଣ୍ଟନ ଟ୍ୱିଟ କରି କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବଳ ସମର୍ଥକ ନୁହେଁ ବରଂ ସମସ୍ତ ଆମେରିକୀୟଙ୍କୁ ସୁରକ୍ଷା ଦେବା ତାଙ୍କ ଦାୟିତ୍ବ । ସେ ଲୋକଙ୍କ ପାଇଁ ଯେପରି ହେବା ଉଚିତ ଆଦୌ ସେମିତି ନୁହଁନ୍ତି  । ତେଣୁ ସମସ୍ତେ ଏକାଠି ହୋଇ 65 ଦିନରେ ସଠିକ କ୍ଷମତାର ବାଟ ଦେଖାଇବା 

ଉଲ୍ଲେଖନୀୟ କଥା ହେଉଛି, ହିଲାରୀ ଡେମୋକ୍ରାଟିକ୍ ପାର୍ଟିର ଏବଂ ଏଥର ଦଳ ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ କରିଛି । 2016ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡେମୋକ୍ରାଟିକ୍ ପାର୍ଟି ହିଲାରୀଙ୍କୁ ଟ୍ରମ୍ପଙ୍କ ବିରୋଧରେ ପ୍ରତିଦ୍ବନ୍ଦିତା ପାଇଁ ଚୟନ କରିଥିଲା କିନ୍ତୁ ସେ ଟ୍ରମ୍ପଙ୍କୁ ପରାସ୍ତ କରିବାରେ ବିଫଳ ହୋଇଥିଲେ।

ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଧାର୍ଯ୍ୟ କରାଯାଇଛି। ଏଭଳି ପରିସ୍ଥିତିରେ ସମଗ୍ର ଦେଶରେ ରାଜନେତାମାନେ ସମ୍ମିଳନୀ ଆୟୋଜନ କରୁଛନ୍ତି, ଯେଉଁଠାରେ ସେମାନେ ସେମାନଙ୍କର ସଫଳତା ବିଷୟରେ ବର୍ଣ୍ଣନା କରୁଛନ୍ତି ଏବଂ ବିରୋଧୀଙ୍କ ବିଫଳତାକୁ ସମାଲୋଚନା କରୁଛନ୍ତି ।

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଆକର୍ଷଣୀୟ ହୋଇପାରିଛି କାରଣ ଡେମୋକ୍ରାଟିକ୍ ପାର୍ଟି ମୂଳ ଭାରତୀୟ କମଲା ହାରିସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ କରିଛି। ଡେମୋକ୍ରାଟମାନେ ସେମାନଙ୍କ ହାତରେ ମୂଳ ଭାରତୀୟ ଭୋଟ୍ ପାଇବା ପାଇଁ ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ଏଥିସହିତ ଧୀରେ ଧୀରେ ମୂଳ ଭାରତୀୟ ଲୋକଙ୍କ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଲୋକପ୍ରିୟତା ବଢୁଛି। ଚଳିତ ବର୍ଷ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମ ପରଠାରୁ ଟ୍ରମ୍ପଙ୍କର ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଛି। ତେବେ ଏହା ପରେ ଟ୍ରମ୍ପ ନିଜ ଲୋକପ୍ରିୟତା ବଜାୟ ରଖିବା ପାଇଁ ଅନେକ ରାଲିର ଆୟୋଜନ କରୁଛନ୍ତି।

  • Tags:

Subscribe

National International State Sports Entertainment