ଆରମ୍ଭ ହେବ ବିଜେପିର ନିର୍ବାଚନ ପ୍ରସ୍ତୁତି : 'ଚାଏ ’ ପେ ଚର୍ଚ୍ଚା ପରେ ଏବେ 'ଟିଫିନ ପେ' ଚର୍ଚ୍ଚା ଖବର ଓଡିଶା : 02/06/2023: Share story: ଆସନ୍ତା ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରସ୍ତୁତି ଆରମ୍ଭ କରିସାରିଛି ବିଜେପି । ରାଜସ୍ଥାନ ଆଜମେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଳ ଜନସଭାର ଶୁଭାରମ୍ଭ କରିଛନ୍ତି । ଜୁନ ମାସ ସାରା ଏହି କାର୍ଯ୍ୟକ୍ରମ ଜାରିରହିବ । ଏହି ଅଭିଯାନରେ ସାରା ଦେଶରେ ମୋଦୀ ସରକାରଙ୍କ ୯ ବର୍ଷର ଉପଲବ୍ଧିକୁ ସାଧାରଣଲୋଙ୍କ ପାଖରେ ପହଞ୍ଚାଯିବ । ଏହା ସହିତ ଏହି ଅଭିଯାନରେ ବିଜେପି ଏକ ନିଆରା ପ୍ରୟାସ କରିବାକୁ ଯାଉଛି । ଯେଉଁଥିରେ ଅସନ୍ତୁଷ୍ଟ ଥିବା ଦଳର ନେତା ଓ କର୍ମୀଙ୍କୁ ମନାଇ ପୁଣିଥରେ ନିର୍ବାଚନରେ ସକ୍ରିୟ କରାଯିବ ବୋଲି କୁହାଯାଇଛି । ଏହି ନିଆରା ପ୍ରୟୋଗକୁ ବିଜେପି ‘ଟିଫିନ ବୈଠକ’ ନାମରେ ନାମିତ କରିଛି । ଏହି ଅଭିଯାନ ଅର୍ନ୍ତଗତ ପ୍ରଥମ ଟିଫିନ ବୈଠକର ଶୁଭାରମ୍ଭ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଗ୍ରାରେ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଜୁନ ୩ ତାରିଖ ଅର୍ଥାତ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଅନ୍ୟପଟେ ଦଳ ତରଫରୁ ଏଭଳି ଟିଫିନ ବୈଠକ କରିବାକୁ ବିଜେପି ତରଫରୁ ଦଳର ସମସ୍ତ ସାଂସଦ ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକ ବିଧାନସଭାସ୍ତରରେ ହେବ । bjp india KhabarOdisha ଖବର ଓଡ଼ିଶା, Reporter, 02/06/2023