ପିପିଇ କୀଟ ଓ ମାସ୍କ କିଣିବାରେ ଦୁର୍ନୀତି ପ୍ରସଙ୍ଗ, ଉଚିତ ତଦନ୍ତ ପାଇଁ ଆସନ୍ତା କାଲି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବ କଂଗ୍ରେସ
Khabar Odisha:The-Congress-will-file-a-petition-with-the-collectors-of-all-the-districts-tomorrow
ଭୁବନେଶ୍ୱର, ଜୁନ ୧୦ (ଖବର ଓଡ଼ିଶା):

ପିପିଇ କୀଟ ଓ ମାସ୍କ କିଣିବାରେ ଦୁର୍ନୀତି ପ୍ରସଙ୍ଗ । ଆସନ୍ତା କାଲି ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ରାଜ୍ୟପାଳ ଉଦ୍ଧେଶ୍ୟରେ ଘଟଣାର ତଦନ୍ତ ପାଇଁ ଦିଆଯିବ ଦାବିପତ୍ର ।

ପିସିସି ସଭାପତି ଓ ବରିଷ୍ଠ ନେତା ରାଜ୍ୟପାଳଙ୍କୁ ଭେଟି ଦେବେ ଦାବି ପତ୍ର । ଘଟଣାରେ ନିରପେକ୍ଷ ତଦନ୍ତ କରିବା ସହ ଏଥିରେ ଜଡିତ ଥିବା ମନ୍ତ୍ରୀ ଓ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ଯଦି ସରକାର ଏହାର ଉଚିତ ତଦନ୍ତ ନ କରାଇବେ ତେବେ ଆଗକୁ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବ କଂଗ୍ରେସ । ଏ ନେଇ ସାମ୍ୱାଦିକ ସମ୍ମିଳନୀକରି ସୂଚନା ଦେଲେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।

  • Tags:

Subscribe

National International State Sports Entertainment