୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ପୁଣି ଥରେ ରାଜ୍ୟସଭା ଯିବେ ସସ୍ମିତ ପାତ୍ର ଭୁବନେଶ୍ୱର, ମେ ୨୯(ଖବର ଓଡିଶା): Share story: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା । ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବିଜେଡି ପ୍ରାର୍ଥୀ ହେବେ ସୁଲତା ଦେଓ, ମାନଓ ମଙ୍ଗରାଜ, ସସ୍ମିତା ପାତ୍ର ଓ ନିରଞ୍ଜନ ବିଶି । ସେହିପରି ପୁଣି ଥରେ ରାଜ୍ୟ ସଭାକୁ ଯିବେ ସସ୍ମିତ ପାତ୍ର । ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ନାଁ ମଧ୍ୟ ଘୋଷଣା ହୋଇଛି । ଏହାସହିତ ବିଜେଡି ମୁଖପାତ୍ର ସୁଲତା ଦେଓ ନାଁ ମଧ୍ୟ ରହିଛି । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏନେଇ ପ୍ରେସ ରିଲିଜ ଜାରି ହୋଇଛି । ତେବେ ରାଜ୍ୟ ସଭାକୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା । ତେବେ ବିଜେଡି କାହାକୁ ପ୍ରାର୍ଥୀ କରିବ ଏବଂ ଅନେକ ଚର୍ଚ୍ଚା ସହିତ କଳ୍ପନାଜଳ୍ପନା ଲାଗି ରହିଥିଲା । ଆଉ ତାହା ସେଥିରେ ଅବସାନ ହୋଇଛି । ଯେଉଁ ନାଁକୁ ନେଇ ଚର୍ଚ୍ଚା ହେଉଥିଲା ସେହି ତିନି ଜଣଙ୍କ ନାଁ ହିଁ ରହିଛି । ସୁଲତା ଦେଓ, ମାନଓ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ନାଁ ହିଁ ରହିଛି । ମାତ୍ର ନିରଞ୍ଜନ ବିଶି ହେଉଛନ୍ତି ହେଉଛନ୍ତି ନୂଆ ମୁହଁ । ସେ ହେଉଛନ୍ତି ପଶ୍ଚିମ ଓଡିଶାର ନେତା । ଖବର ଓଡ଼ିଶା, Reporter, 29/05/2022