ନୂଆଦିଲ୍ଲୀ: ନିକଟରେ ଆମ୍ ଆଦମୀ ପାର୍ଟି ଛାଡି ବିଜେପିରେ ସାମିଲ୍ ରାଜ୍ୟସଭା ସାଂସଦ ସନ୍ଦୀପ ପାଠକଙ୍କ ବିରୋଧରେ ପଞ୍ଜାବ ପୋଲିସ ଦୁଇଟି ଏଫଆଇଆର ରୁଜୁ କରିଛି । ଏପରିକି ସାଂସଦଙ୍କ ବିରୋଧରେ ଜାମିନି ବିହୀନ ଦୁଇଟି ଧାରା ଆଧାରରେ ଏଫଆଇଆର ରୁଜୁ ହୋଇଛି । ଏହା ମଧ୍ୟରେ ପଞ୍ଜାବ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ସ୍ଥିତ ବାସଭବନ ପହଞ୍ଚିଥିଲେ । ହେଲେ ସନ୍ଦୀପ ପାଠକ ନିଜର ସରକାରୀ ବାସଭବନର ପଛ ଦ୍ୱାରରେ ପଳାଉଥିବା ମାରୁଥିବା ଦେଖିବାକୁ ମିଳିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍ ହୋଇଛି ।
ରାଜ୍ୟସଭା ସାଂସଦ ସନ୍ଦୀପ ପାଠକ ନିଜ ବିରୋଧରେ ରୁଜୁ ଏଫଆଇଆର ବିଷୟରେ କିଛି ଜାଣି ନ ଥିବା କହିଛନ୍ତି । କୌଣସି ପୋଲିସ ଅଧିକାରୀ ମଧ୍ୟ ତାଙ୍କ ସହ ଯୋଗାଯୋଗ କରି ନ ଥିବା ସେ କହିଛନ୍ତି । ସେ କହିଛନ୍ତି ମୁଁ ପୂରା ଜୀବନ ନିଷ୍ଠା ଓ ସଚ୍ଚୋଟତରା ସହ ଦେଶର ସେବା କରିଛି । ଦେଶ କୌଣସି ବି ପାର୍ଟିଠୁ ବଡ । ମୁଁ କେବେ ଧୋକା ଦେବି ନାହିଁ ନା କାହାକୁ ଦେଶ ପ୍ରତି ଧୋକା ଦେବାକୁ ଦେବି ।
ସୂଚନାଯୋଗ୍ୟ, ସନ୍ଦୀପ ପାଠକ ସେହି ସାତ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ସାମିଲ୍ ଯେଉଁମାନେ ଆପ୍ ଛାଡି ବିଜେପିରେ ସାମିଲ୍ ହୋଇଛନ୍ତି । ଏହାକୁ ନେଇ ଦେଶର ରାଜନୀତି ଜୋର ଧରିଛି । ଏବେ ପଞ୍ଜାବ ସରକାର ସନ୍ଦୀପ ପାଠକଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପୂରା ରାଜନୀତକୁ ନୂଆ ମୋଡ ଦେଇଛି । ତେବେ କେଉଁ ମାମଲାରେ ପଞ୍ଜାବ ପୋଲିସ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଜଣା ପଡିନି ।