ମଧ୍ୟପ୍ରଦେଶରେ ପୁଣି ଶିବରାଜ ସରକାର? ୪ର୍ଥ ଥର ହୋଇପାରନ୍ତି ମୁଖ୍ୟମନ୍ତ୍ରୀ
Khabar Odisha:Politics-MP-Shivraj-singh-chouhan-likely-return-as-cm-of-Madhya-Pradesh-for-a-fourth-time

ଭୋପାଳ, ମାର୍ଚ୍ଚ ୨୧ (ଖବର ଓଡ଼ିଶା): ମଧ୍ୟପ୍ରଦେଶରେ କମଲନାଥ ସରକାର ଅଧଃପତନ ହେବା ପରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି ପୁଣି ଥରେ କ୍ଷମତାକୁ ଫେରିବା ସ୍ପଷ୍ଟ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜ୍ୟର ବରିଷ୍ଠ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନାମ ତାଲିକାର ୧ ନମ୍ବରରେ ଅଛି ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ଯେ, ଶ୍ରେଷ୍ଠ ନେତୃତ୍ୱ ଚୌହାନଙ୍କ ନାମରେ ମୋହର ଲଗାଇପାରେ । 

ପୁଣି ପ୍ରଶ୍ନ ଉଠୁଛି ଯେ, ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରାଇବ । କମଲନାଥ ସରକାର ଅଧଃପତନ ହେବା ପରେ ବିଜେପି ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ନେଇ ପଚରାଯାଇଥିଲା । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଶିବରାଜ ସିଂହ ମଧ୍ୟପ୍ରଦେଶରେ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ବର୍ଷ ୨୦୧୮ ପରେ ଭାରତୀୟ ଜନତା ପାର୍ଟି ଗୋଟିଏ ପରେ ଗୋଟିଏ ରାଜ୍ୟ କ୍ଷମତା ହରାଇଥିଲା ।

ମଧ୍ୟପ୍ରଦେଶରେ ବିଜେପି କ୍ଷମତାକୁ ଫେରିବା ପରେ ଅତିକମରେ କିଛି ନା କିଛି ଆଶ୍ୱସ୍ତି ମିଳିବ । ମଧ୍ୟପ୍ରଦେଶରେ ଶିବରାଜଙ୍କୁ ମାମୁଁ କୁହାଯାଇଥାଏ । କିନ୍ତୁ ୨୦୧୮ ନିର୍ବାଚନରେ ସେ କ୍ଷମତା ବଞ୍ଚାଇ ପାରି ନଥିଲେ । ଫଳରେ କଂଗ୍ରେସ ସରକାର ଗଢ଼ିଥିଲା । ଶିବରାଜ ସିଂହ ଚୌହାନ ହେଉଛନ୍ତି ମଧ୍ୟପ୍ରଦେଶ ଜନତାଙ୍କ ପ୍ରଥମ ପସନ୍ଦର ନେତା । ବିଜେପି କ୍ଷମତାକୁ ଆସିବା ପରେ ମଧ୍ୟପ୍ରଦେଶର କୃଷି ଓ ଅନ୍ୟ ଭିତ୍ତିଭୂମିର ବିକାଶ ହୋଇଛି । 

 

  • Tags:

Subscribe

National International State Sports Entertainment