କଂଗ୍ରେସର ସ୍ୱତନ୍ତ୍ର ଯୋଜନା: କଶ୍ମୀରରୁ କନ୍ୟାକୁମାରୀ ଯାଏଁ ଯାତ୍ରା କରିବେ ରାହୁଲ ଗାନ୍ଧୀ
Khabar Odisha:Politics-General-election-Rahul-Gandhi-will-travel-from-Kashmir-to-Kanyakumari

ନୂଆଦିଲ୍ଲୀ, ମେ ୧୫ (ଖବର ଓଡ଼ିଶା): ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ଜାରି ରହିଛି । ଏହାରି ମଧ୍ୟରେ କଂଗ୍ରେସ ୨୦୨୪ର ସାଧାରଣ ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ରାହୁଲ ଗାନ୍ଧୀ ଆସନ୍ତା ବର୍ଷ କଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରିବେ । ଏହି ଯାତ୍ରାର ଅଧିକାଂଶ ଅଂଶବିଶେଷ ରହିବ ପଦଯାତ୍ରା । ସୂଚନାଯୋଗ୍ୟ ଏହି ଯାତ୍ରା କର୍ମକର୍ତ୍ତା ଓ ସାଧାରଣ ଜନତାଙ୍କ ସହିତ ରାହୁଲ ଗାନ୍ଧୀ ସଂପର୍କ ଯୋଡ଼ିବା ପାଇଁ କରାଯାଇପାରେ । 

ସୂତ୍ର ଅନୁସାରେ ଜି୨୩ ନେତାମାନେ କଂଗ୍ରେସ ପାର୍ଟି ପାର୍ଲିଆମେଣ୍ଟ ଗଠନ ଦାବି କରିଛନ୍ତି । ଉଦୟପୁରରେ ଚାଲିଥିବା କଂଗ୍ରେସର ଚିନ୍ତନ ଶିବିର ଆଜି ଶେଷ ହେବ । ଏହି ଶିବିରରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ଦେଶବ୍ୟାପୀ ୪୦୦ ବରିଷ୍ଠ ଦଳୀୟ ନେତା ଯୋଗଦେଇଛନ୍ତି ।କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ଚିନ୍ତନ ଶିବରର ଦ୍ୱିତୀୟ ଦିନରେ ଶନିବାର ପାର୍ଟି ମହାସଚିବ, ରାଜ୍ୟ ପ୍ରଭାବୀ, ରାଜ୍ୟ ଶାଖାର ସଭାପତି, ବିଧାୟକ ଦଳର ନେତା ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେଇଥିଲେ । ସୂତ୍ର ଅନୁସାରେ ବୈଠକରେ କଂଗ୍ରେସ ସଂଗଠନକୁ ଅଧିକ ମଜବୁତ କରିବା ଉପରେ ଚର୍ଚ୍ଚା ହୋଇଛି । 

 

  • Tags:

Subscribe

National International State Sports Entertainment