୨୦୧୯ ଲୋକସଭା ନିର୍ବାଚନ: ପ୍ରଚାର ପାଇଁ କଂଗ୍ରେସ ଖର୍ଚ୍ଚ କରିଛି ୮୨୦ କୋଟି ଟଙ୍କା
Khabar Odisha:Politics-Congress-spent-rs-820-crore-on-2019-lok-sabha-polls

ନୂଆଦିଲ୍ଲୀ, ନଭେମ୍ବର ୦୮ (ଖବର ଓଡ଼ିଶା): ବର୍ଷ ୨୦୧୬ ନଭେମ୍ବର ୮ରେ ବିମୁଦ୍ରାକରଣ ପରେ ବିରୋଧୀ ଦଳ କଂଗ୍ରେସ ସବୁବେଳେ କେନ୍ଦ୍ର ଓ ନରେନ୍ଦ୍ର ମୋଦୀ ସରକାରକୁ ଆକ୍ରମଣ କରିଛି । କଂଗ୍ରେସ କହୁଥିଲା ଯେ, ଦେଶରେ କ୍ୟାଶର ଅଭାବ ଦେଖାଯିବ । ଅନେକ ରାଜନୈତିକ ଦଳ କହୁଥିଲେ ଅର୍ଥ ଯୋଗାଡ଼ କରିବା ତାଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିବ । ଏହାରି ମଧ୍ୟରେ ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି ଯେ, କଂଗ୍ରେସ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ୮୨୦ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହି ଖର୍ଚ୍ଚ ଟଙ୍କା ପୂର୍ବ ଲୋକସଭା ନିର୍ବାଚନ ତୁଳନାରେ ବେଶ ଅଧିକ । କାରଣ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରଚାର ପାଇଁ ୫୧୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା । 

ଲୋକସଭା ନିର୍ବାଚନ ସହ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ଓ ସିକିମ ବିଧାନସଭା ନିର୍ବାଚନ ହୋଇଥିଲା । କଂଗ୍ରେସ ତରଫରୁ ଏହି ନିର୍ବାଚନୀ ଖର୍ଚ୍ଚ ଏଥିରେ ମଧ୍ୟ ସାମିଲ ରହିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ୭୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା । 

କଂଗ୍ରେସ ଅକ୍ଟୋବର ୩୧ରେ ନିର୍ବାଚନ ଆୟୋଗଙ୍କୁ ନିଜର ଖର୍ଚ୍ଚ ବାବାଦରେ କହିଛି ଯେ, ପାର୍ଟି ନିଜର ପ୍ରଚାର ପାଇଁ ୬୨୬.୩ କୋଟି ଟଙ୍କା ଓ ପାଖାପାଖି ୧୯୩.୯ କୋଟି ଟଙ୍କା ନିଜର ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ କରିଛି । କଂଗ୍ରେସ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ମୋଟ ୮୫୬ କୋଟି ଟଙ୍କା ଖର୍ଚ୍ଚ କରିଛି । 

 

 

  • Tags:

Subscribe

National International State Sports Entertainment